ହଳଧରଙ୍କ ନାଁରେ ବରଗଡର ଘେଁସରେ କୋଶଳୀ ଭାଷା ସାହିତ୍ୟ ପ୍ରତିଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା

38

ଭୁବନେଶ୍ୱର:ପଦ୍ମଶ୍ରୀ ଲୋକକବି ହଳଧର ନାଗକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ବରଗଡର ଘେଏଁସରେ ହେବ କୋଶଳୀ ଭାଷା ସାହିତ୍ୟ ପ୍ରତିଷ୍ଠାନ । ହଳଧରଙ୍କ ନାଁରେ ନାମିତ ହେବ ଏହି ପ୍ରତିଷ୍ଠାନ । ୨୦ରୁ ଅଧିକ କାବ୍ୟ ରଚନା କରିଛନ୍ତି ହଳ ଧର ନାଗ । ନିକଟରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି । ସାରା ଦେଶରେ ଆଜି ଜଣେ ପରିଚିତ ଚେହେରା ପାଲଟିଯାଇଛନ୍ତି ଲୋକକବି ହଳଧର ନାଗ ।