ଘରେ ତିଆରି କରନ୍ତୁ ହେୟାର ଓଏଲ୍ ! ବଦଖର୍ଚ୍ଚରୁ ମିଳିବ ମୁକ୍ତି

77

ସାଧାରଣତଃ, ବଜାରରେ ବିଭିନ୍ନ ପ୍ରକାରର ହେୟାର ଅଏଲ୍ ଉପଲବ୍ଧ ହୋଇଥାଏ । ମାତ୍ର ସେଥିମଧ୍ୟରୁ କେଉଁ ତେଲ ଆପଣଙ୍କ କେଶ ପାଇଁ ଉପଯୋଗୀ ଆଉ କେଉଁଟା ନୁହେଁ ତାହା ମଧ୍ୟ ଚୟନ କରିବା କୋଣସି କଠିନତାରୁ କମ୍ ନୁହେଁ । ବଡ କଥାହେଲା ବଜାରରେ ମିଳୁଥିବା ଭିନ୍ନ ଭିନ୍ନ କିସମର କେମିକାଲ ଓ କମ୍ବିନେସନର ତେଲ ବ୍ୟବହାର କରିବା ଦ୍ୱାରା କେଶ ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । ଏଥିପାଇଁ ଆମେ ଆପଣଙ୍କୁ ଏଭଳି କିଛି ହେୟାର ଅଏଲ ସଂପର୍କରେ ଜଣାଇବୁ ଯାହାକୁ ଆପଣ ନିଜେ ଘରେ ପ୍ରସ୍ତୁତ କରିବା ସହ ବ୍ୟବହାର ମଧ୍ୟ କରିପାରିବେ ।

ଆମଲା ଅଏଲ :

ଅଳାଁକୁ ସାଧାରଣତଃ ଆପଣ  କଳା, ଘନ ଓ ମଜଭୁତ କେଶ ପାଇଁ ବ୍ୟବହାର କରି ପାରିବେ । ଏଥିପାଇଁ ଏକ ଲୁହା କଢେଇରେ କିଛି ପରିମାଣର ଦେସୀ ସୋରିଷ ତେଲ ସହ ପାଖାପାଖି ୪-୫ଟି ଅଳାଁ ପକାଇ ଫୁଟାନ୍ତୁ । ଏହା ଭଲ ଭାବରେ ଫୁଟି ଗଲା ପରେ ଏହାକୁ ଛାଣି ଦିଅନ୍ତୁ ଓ କେଶରେ ନିୟମିତ ଭାବରେ ବ୍ୟବହାର କରନ୍ତୁ ।

ଦାନାମେଥି ଅଏଲ୍ :

ମେଥିରେ ଉପଲବ୍ଧ ଥିବା ଲେସିଥିନ୍ ନାମକ ପ୍ରୋଟିନ୍ କେଶକୁ ଲମ୍ବା, ମଜଭୁତ, କୋମଳ ତଥା  ସାଇନିଂ କରିବାରେ ସହାୟକ ହୋଇଥାଏ । ଏହା କେଶରୁ ରୁପି ଜନିତ ସମସ୍ୟାରୁ ମଧ୍ୟ ଦୂର କରିଥାଏ । ପେଶା କିମ୍ବା ଦାନା ବାଲା ମେଥିକୁ  ନଡିଆ ତେଲ ସହିତ ମିଶାଇ  ଭଲଭାବରେ ଗରମ କରି ଦିଅନ୍ତୁ । ଆଉ ଏହାକୁ ଛାଣି ରଖି ଦିଅନ୍ତୁ ଓ ପ୍ରତିଦିନ କେଶରେ ମାଲିସ କରନ୍ତୁ ।

କୋକୋନଟ-ଲେମନ୍ ଅଏଲ:

ରୁପି ଜନିତ ସମସ୍ୟାରେ ଚିନ୍ତିତ ଥିଲେ ଲେମନ-କୋକୋନଟ ଅଏଲକୁ ଆପଣ ବ୍ୟବହାର କରିପାରିବେ । ଲେମ୍ବୁ ରୁପିକୁ ଦୂର କରିଥାଏ । ଆଉ ନଡିଆ ତେଲ କେଶକୁ ପୋଷଣ ଦେଇଥାଏ ।  ତେବେ ନଡିଆ ତେଲରେ କିଛି ବୁନ୍ଦା ଲେମ୍ବୁ ରସ ମିଶ୍ରଣ କରି ଟିକେ ଗରମ କରନ୍ତୁ ।

ଏଭଳି ଭାବରେ କରି ସପ୍ତାହରେ ୩-୪ ଥର କେଶ ଓ କେଶ ମୂଳରେ ଭଲଭାବରେ ମାଲିସ କରନ୍ତୁ । ପରେ ତାକୁ ସଫା କରି ଦିଅନ୍ତୁ । ଦେଖିବେ ଆପଣଙ୍କ କେଶ ପୂର୍ବପେକ୍ଷା ଅଧିକ ସୁନ୍ଦର ଓ ଆକର୍ଷଣ ଦେଖାଯିବ ।