ମହଙ୍ଗା ପଡିଲା ଚୁଟି ରଙ୍ଗ କରିବା : ଦୁଇଗୁଣା ବଢ଼ିଗଲା ମୁଣ୍ଡର ଆକାର 

ଡାଇ କରିବାର କିଛି ସମୟ ପରେ ଏଷ୍ଟିଲଙ୍କୁ ଶ୍ୱାସ ନେବାରେ ଅସୁବିଧା ହେଲା ଓ ମୁଣ୍ଡ କୁଣ୍ଡେଇ ହେଲା । 

557

ପ୍ୟାରିସର ୧୯ ବର୍ଷୀୟ ଏଷ୍ଟିଲ ଲୋକାଲ ସୁପରମାର୍କେଟରୁ ଚୁଟି ରଙ୍ଗ କରିବା ପାଇଁ ଡାଇ କିଣିଲେ । ଡାଇ ପ୍ୟାକେଟରେ ଦିଆଯାଇଥିବା ଷ୍ଟେପ୍ସ ମୁତାବକ ହିଁ ଏଷ୍ଟିଲ ଡାଇକୁ ଗୋଳି ମୁଣ୍ଡରେ ଲଗାଇଲେ । ଡାଇ କରିବାର କିଛି ସମୟ ପରେ ଏଷ୍ଟିଲଙ୍କୁ ଶ୍ୱାସ ନେବାରେ ଅସୁବିଧା ହେଲା ଓ ମୁଣ୍ଡ କୁଣ୍ଡେଇ ହେଲା ।

ସକାଳୁ ସେ ଯେତେବେଳେ ନିଜର ମୁଣ୍ଡ ଦେଖିଲେ, ତାହା ପୂବ ର୍ ପରି ନଥିଲା ବରଂ ଦୁଇଗୁଣା ବଢ଼ିଯାଇଥିଲା । ମାପିବା ପରେ ଜଣାପଡିଲା କି ଏଷ୍ଟିଲଙ୍କ ମୁଣ୍ଡ ୬୩ ସେଣ୍ଟିମିଟର ହୋଇସାରିଥିଲା । କେବଳ ମୁଣ୍ଡ ହିଁ ନୁହେଁ ବରଂ ଏଷ୍ଟିଲଙ୍କ ଜିଭର ଆକାର ମଧ୍ୟ ବଢ଼ିବାକୁ ଲାଗିଥିଲା । ସେ ଡାକ୍ତରଙ୍କ ପାଖକୁ ଗଲେ, ଇଂଜେକ୍ସନ ଲଗାଇଲେ । ସେଠାକୁ ଯାଇ ଜଣାପଡିଲା କି, ଡାଇରେ ଥିବା ପିପିଡି କେମିକାଲ କାରଣରୁ ଏମିତି ପ୍ରତିକ୍ରିୟା ହୋଇଛି । ଏଭଳି କେମିକାଲ ସାଧାରଣତଃ ଅନ୍ୟ ବ୍ୟୁଟି ପ୍ରଡକ୍ଟରେ ବି ଥାଏ । ତାଙ୍କ ଦ୍ୱାରା ସବୁଠାରୁ ବଡ ଭୁଲ୍ ଏହା ହେଲା ଯେ, ସେ ପ୍ୟାଚ୍ ଟେଷ୍ଟରେ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରିନଥିଲେ ।