ହେୟାର କଟିଂର ନୁଆ ଟ୍ରେଣ୍ଡ ! ଜୀବନକୁ ଲଗାଯାଉଛି ବାଜି, କୁରାଢ଼ିରେ କଟାଯାଉଛି କେଶ ।

62

ଆଜିକାଲି ଦୁନିଆରେ ଲୋକମାନେ ନିଜକୁ ସଜେଇବା ପାଇଁ ଏବଂ ଅନ୍ୟଙ୍କ ଠାରୁ ଭଲ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଗ୍ରହଣ କରୁଛନ୍ତି । ପୋଷାକ ଠାରୁ ଆରମ୍ଭ କରି ଶରୀରକୁ ସୁନ୍ଦର କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସାଧାରଣତଃ ଯୁବ ପିଢ଼ିମାନେ ପୋଷାକ ଠାରୁ ଆରମ୍ଭ କରି ନିଜର କେଶକୁ ବହୁତ ପ୍ରକାର ଭଙ୍ଗିରେ ଡିସାଇନ କରିଥାନ୍ତି । ଏଥି ପାଇଁ ସାଧାରଣତଃ କଇଁଚି କିମ୍ବା ଖୁରକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଏବେ ଆମେ ଆପଣଙ୍କୁ ଏପରି ଏକ ପାର୍ଲର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କଇଁଚି କିମ୍ବା ଖୁରରେ କେଶକୁ ଷ୍ଟାଇଲ କରାଯାଇନଥାଏ । ଏଠାରେ କାଠ ହଣା କୁରାଢ଼ିରେ କେଶ କଟାଯାଇଥାଏ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୁରାଢ଼ିରେ କେଶକୁ ଏପରି ଷ୍ଟାଇଲ କରାଯାଉଛି ଯାହା ଲୋକମାନଙ୍କୁ ବେଶ ପସନ୍ଦ ଆସୁଛି । ଏଠାରେ କେଶକୁ ଷ୍ଟାଇଲ କରିବା ପାଇଁ ଲୋକଙ୍କ ଭିଡ ଲାଗୁଛି ।

ସୂଚନା ଅନୁଯାୟୀ, ରୁଷର ଡାନେଲ ନାମକ ଜଣେ ଲୋକ ପ୍ରଥମ ଥର ପାଇଁ କୁରାଢିରେ କେଶ କାଟିବା ଆରମ୍ଭ କରିଛନ୍ତି । ଏହା ଦେଖିବାକୁ ଭୟଙ୍କର ହୋଇଥିଲେ ମଧ୍ୟ ଏଠାକୁ ଅନେକ ଲୋକ ନିଜର କେଶ କାଟିବା ପାଇଁ ଆସିଥାନ୍ତି । ପ୍ରଥମେ ଡାନେଲ ଏପରି ଅଭିନବ ଉପାୟରେ କେଶ କାଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତେବେ ଡାନେଲଙ୍କ କହିବା ଅନୁସାରେ କଇଁଚି ଠାରୁ କୁରାଢ଼ିରେ କେଶ କାଟିବା ଅତି ସହଜ ଲାଗେ ତାଙ୍କୁ । ସେ କଇଁଚି ଠାରୁ ବି ଭଲ ଷ୍ଟାଇଲରେ କେଶ କାଟିପାରନ୍ତି କୁରାଢ଼ିରେ । ଗ୍ରାହକ ମଧ୍ୟ ଜୀବନକୁ ବାଜି ଲଗାଇ ବିନା ଡରରେ ଏଠାରେ କେଶ କାଟିଥାନ୍ତି । ଡାନେଲଙ୍କ ଏପରି ହେୟାର କଟକୁ ଲୋକମାନେ ଦୁଃସାହସିକ କାମ ମାନୁଥିଲେ ବି ଗ୍ରାହକ ଏଠାରେ ହେୟାର କଟ ପାଇଁ ଆସିଥାନ୍ତି । ତେବେ ମିଳିଥିବା ସୁଚନା ମୁତାବକ ଡାନେଲ ଆଗକୁ କୁରାଢିରେ ଦାଢି ଟ୍ରିମିଙ୍ଗ ମଧ୍ୟ କରିବାକୁ ଯାଉଛନ୍ତି ।