ସାମ୍ପୋରେ ଲୁଣ ମିଶାନ୍ତୁ ! କେଶ ସମସ୍ୟାରୁ ମୁକ୍ତି ପାଆନ୍ତୁ

146

ରୋଷେଇ ଘରେ ଲୁଣର ବ୍ୟବହାର ସମସ୍ତେ ଜାଣନ୍ତି । ଲୁଣ ବିନା ଖାଦ୍ୟରେ ସ୍ୱାଦ ଆସି ନଥାଏ । କିନ୍ତୁ କେଶର ବିଭିନ୍ନ ସମସ୍ୟାର ସମାଧାନ ଯେ ଲୁଣ କରିଥାଏ ଏକଥା ପ୍ରାୟ କେହି ଜାଣି ନଥାନ୍ତି । ସାମ୍ପୁରେ ଅଳ୍ପ ଟିକେ ଲୁଣ ମିଶାଇ ବ୍ୟବହାର କଲେ କେଶର ସମସ୍ତ ପ୍ରକାର ସମସ୍ୟାରୁ ମିଳିଥାଏ ମୁକ୍ତି । ଏବେ ନଜର ପକାନ୍ତୁ କେଶ ପାଇଁ କେମିତି ଲୁଣର ବ୍ୟବହାର ।

• କେଶକୁ ବଢିବାରେ ସାହାଯ୍ୟ କରେ ଲୁଣ । ସାମ୍ପୋ କରି ସାରିବା ପରେ ଗୋଟିଏ ଚାମଚ ଲୁଣ ନେଇ କେଶ ମୂଳରେ ୧୦ମିନିଟ ପାଇଁ ମାଲିସ୍ କରନ୍ତୁ । ତାପରେ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ଦୁଇ ଥର କରନ୍ତୁ । ଧୀରେ ଧୀରେ କେଶ ଝଡିବା କମିଥାଏ ।

• ସେହିପରି କେଶ ମୂଳରେ ଲୁଣ ମାଲିସ୍ କଲେ ରକ୍ତ ସଂଚାଳନ ହୋଇଥାଏ ।ଧୀରେ ଧୀରେ କରି ୧୦ ରୁ ୧୫ମିନିଟ୍ ଯାଏଁ ଲୁଣକୁ କେଶ ମୂଳରେ ମାଲିସ୍ କଲେ ରୂପିରୁ ମୁକ୍ତି ମିଳିବା କେଶ ବଢିବାରେ ସାହାଯ୍ୟ କରିଥାଏ ।
• କେଶ ମୂଳ ଅତ୍ୟଧିକ ତେଲିଆ ହୋଇଥିଲେ କେଶ ଝଡିବା ସହ ପତଳା ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ । ଏଥିରୁ ମୁକ୍ତି ପାଇଁ ସାମ୍ପୋରେ ଦୁଇ ଚାମଚ୍ ଲୁଣ ମିଶାନ୍ତୁ । ତାପରେ ଏହି ସାମ୍ପୋକୁ ବ୍ୟବହାର କରନ୍ତୁ । ମାତ୍ର ପ୍ରଥମ ବ୍ୟବାହରରେ ହିଁ ଆପଣ ଫରକ ଜାଣି ପାରିବେ । ପୂର୍ବଠାରୁ କେଶ ଅଳ୍ପ ତେଲିଆ ହେବାସହ ଘନ ଦେଖା ଯାଇଥାଏ ।