“ରଇସ’ର ନୂଆ ଗୀତ ‘ଜାଲିମା’ କଲା ରେକର୍ଡ! ଏକ ଲକ୍ଷରୁ ଅଧିକ ଲୋକ କଲେ ଲାଇକ୍

51

ସନ୍ନି ଲିଓନିଙ୍କ ‘ଲୈଲା’ ଗୀତ ପରେ ଫ୍ଲୋରକୁ ଆସିଛି ସିନେମା “ରଇସ’ର ଆଉ ଏକ ଗୀତ ‘ଜାଲିମା’ । ଗୀତରେ ରହିଛି ସିନେମାର ମୁଖ୍ୟ ଅଭିନେତା ଶାହାରୁଖ ଖାନ ଓ ନାୟିକା ମାହିରା ଖାନଙ୍କ ଜବରଦସ୍ତ ରୋମାନ୍ସ । ଏଇ ଗୀତ ରିଲିଜ ହେବାର ୧୨ ଘଂଟା ମଧ୍ୟରେ ହିଁ ୧ ଲକ୍ଷ ୨୦ ହଜାର ଲୋକ ଲାଇକ କରିଛନ୍ତି । ସୁଚନା ଅନୁସାରେ ୪୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଏହି ଗୀତକୁ ଦେଖି ସାରିଛନ୍ତି । ଏଇ ଗୀତକୁ ଗାଇଛନ୍ତି ଅରିଜୀତ ସିଂ ଓ ହର୍ଷଦୀପ କୌର ଏବଂ ଲିିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ରଇସ ସିନେମା ଜାନୁଆରୀ ୨୫ରେ ରିଲିଜ ହେବ ।

ଦେଖନ୍ତୁ ଏହି ଭିଡିଓ :