ଡରିଲା ପାକିସ୍ତାନ ! କୁଖ୍ୟାତ ଆତଙ୍କବାଦୀ ହାଫିଜ ଓ ମାସୁଦର ସଙ୍ଗଠନକୁ କଲା ବ୍ଲାକଲିଷ୍ଟ

25

ଆମେରିକାର କଡା ଚେତାବନୀ ପରେ ପାକିସ୍ତାନର ପଦକ୍ଷେପ । ହାଫିଜ୍ ଓ ମାସୁଦର ସଙ୍ଗଠନକୁ ସହାୟତା କଲେ ହେବ କାର୍ଯ୍ୟାନୁଷ୍ଠାନ । ଆମେରିକା ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ଦୋମୁହାଁ ନୀତି ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପରେ ଚେତା ପଶିଛି ପାକିସ୍ତାନର । ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନ ମୁଖିଆ ହାଫିଜ୍ ସୟିଦ୍ ଓ ଜମାତ୍-ଉଦ୍-ଦାୱା ମୁଖ୍ୟ ମାସୁଦ୍ ଆଝାର ସଙ୍ଗଠନ ଉପରେ କଟକଣା ଜାରି କରିଛନ୍ତି ପାକିସ୍ତାନ ସରକାର । ଏହାସହ ଏହି ଦୁଇଟି ସଙ୍ଗଠନକୁ ବ୍ଲାକ ଲିଷ୍ଟ କରିଛି ପାକିସ୍ତାନ । ଏହାବାଦ ଏହି ଦୁଇଟି ସଙ୍ଗଠନର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଛି ପାକିସ୍ତାନ ।

ଏହା ସହ ଏହି ଦୁଇ ଆତଙ୍କବାଦୀ ହାଫିଜ୍ ସୟିଦ୍ ଓ ମାସୁଦ ଆଝାରକୁ ସହାୟତା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶ ଦେଇଛି ପାକିସ୍ତାନ ଗୃହ ମନ୍ତ୍ରାଳୟ । ଏମାନଙ୍କର ସଂଗଠନକୁ ସହାୟତା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ତୁରନ୍ତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏମାନଙ୍କୁ ଆର୍ଥିକ କିମ୍ବା ଅନ୍ୟ କୌଣସି ସହାୟତା କଲେ ଜରିମାନା ସହ ୧୦ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ । ଦେଶରେ ସକ୍ରିୟ ଥିବା ୭୨ ଟି ସଂଗଠନକୁ ନିଷିଦ୍ଧ କରିବା ସହ ଚାନ୍ଦା ଆଦାୟ କ୍ଷେତ୍ରରେ କଠୋର କଟକଣା ଲଗାଇଛି ପାକିସ୍ତାନ ।ଆମେରିକା ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କରିବା ପରେ ପାକିସ୍ତାନ ବାଟକୁ ଆସିଛି ।