ଆଉ ମାତ୍ର ୭ ଦିନପରେ ନୂଆବର୍ଷ । ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ, ସିସିଟିଭିରେ ନଜର ରହିବ ସାରା ସହର

ଆସୁଛି ନୂଆବର୍ଷ, ସଜେଇ ହେଲାଣି ସହର

73

କନକ ବ୍ୟୁରୋ : ମାତ୍ର ସପ୍ତାହକ ପରେ ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ଓ ନୂଆବର୍ଷକୁ ସ୍ବାଗତ ପାଇଁ ରାଜଧାନୀ ସଜେଇ ହେଲାଣି। ସେହିପରି ନୂଆବର୍ଷ ପାଳନ ପାଇଁ ଏବେଠାରୁ ବିଭିନ୍ନ ପର୍ଯ୍ୟଟନସ୍ଥଳଠାରୁ ଆରମ୍ଭ କରି ହୋଟେଲ୍,ବାର, ସପି˚ ମଲରେ ଲୋକଙ୍କ ଭିଡ଼ ଜମିଲାଣି। ବିଶେଷ କରି ଡିସେମ୍ବର ୨୫ରୁ ଜାନୁଆରି ୧ ତାରିଖ ପର‌୍ୟ୍ୟନ୍ତ ରାଜଧାନୀର ବିଭିନ୍ନ ଛକ, ରେଳଷ୍ଟେସନ୍, ସପି˚ ମଲ୍, ହୋଟେଲ୍ ଓ ପର୍ଯ୍ୟଟନସ୍ଥଳୀରେ ଭିଡ଼ ରହିବ। ତେଣୁ ସେହି ଦିନଗୁଡ଼ିକ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବ କମିସନରେଟ୍ ପୁଲିସ। ଏଥିପାଇଁ ସମସ୍ତ ସ୍ଥାନୀୟ ପୁଲିସ ଷ୍ଟେସନ୍ ନିଜ ନିଜ ଅଞ୍ଚଳର ତଦାରଖ କରିବା ସହ କମିସନରେଟ୍ ପୁଲିସ ପକ୍ଷରୁ ୧୫ ପ୍ଲାଟୁନରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯିବ ବୋଲି ପୁଲିସ କମିସନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

 

ସେହିପରି ବିଭିନ୍ନ ଟ୍ରାଫିକ୍, ଛକ, ସପି˚ମଲ, ହୋଟେଲ୍ ଓ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଲାଗିଥିବା ସିସିଟିଭି ମଧ୍ୟ ସମସ୍ତଙ୍କ ଉପରେ ନଜର ରଖିବ। କୌଣସି ଅଘଟଣ ଘଟିଲେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ କମିସନର୍ ଶ୍ରୀ ମହାନ୍ତି କହିଛନ୍ତି। ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟାଠାରୁ ଆରମ୍ଭ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ୍ ପୋଷ୍ଟ, ଛକ ଗୁଡ଼ିକରେ ପୁଲିସ କର୍ମଚାରୀ ଜଗି ରହିବେ। ସେହିପରି ପିସିଆର ଭ୍ୟାନ୍ ଓ ବାଇକ୍ ପାଟ୍ରୋଲି˚ ମଧ୍ୟ ଜାରି ରହିବ। ମଦ୍ୟପ ଚାଳକଙ୍କ ପାଇଁ ବ୍ରେଥ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ। ଯଦି କେହି ନିଶାସକ୍ତ ଚାଳକ ଜଣାପଡେ଼ ସେମାନେ ୫ ଶହ ଟଙ୍କା ଜରିମାନା ଗଣିବେ ବୋଲି ଡିସିପି ଅନୁପ ସାହୁ କହିଛନ୍ତି।

 

ସେହିପରି ବେପରୁଆ ଗାଡ଼ିଚାଳକଙ୍କ ପାଇଁ ମଧ୍ୟ ଆଇନକୁ କଡ଼ାକଡ଼ି କରାଯାଇଛି। ଯଦି କେହି ଗାଡ଼ିଚାଳକ ଦ୍ରୁତ ଗତିରେ ହେଉ ବା ବେପରୁଆ ଭାବେ ଗାଡ଼ି ଚଳାଉ ଥିବେ ସେମାନଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରାଯିବା ସହ କାର୍ଯ୍ୟ।ନୁଷ୍ଠାନ ନିଆଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ତେବେ ନୂଆବର୍ଷ ପୂର୍ବରୁ ରାଜଧାନୀରେ ଥିବା ବିଭିନ୍ନ ତାରକା ହୋଟେଲରେ ଉତ୍ସବ ପାଇଁ ପ୍ରସ୍ତୁତି ସରିଲାଣି। ସେହିପରି ଲିଙ୍ଗରାଜ ମନ୍ଦିର, ନନ୍ଦକାନନ, ଖଣ୍ତଗିରି ଉଦୟଗିରି, ସ˚ଗ୍ରହାଳୟରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। ଉତ୍ସବ ସମୟରେ ଯେମିତି କୌଣସି ଅଘଟଣ ନଘଟେ। ସମସ୍ତ ପ୍ରକାର ପରିସ୍ଥିତିର ସମ୍ମୁଖୀନ ପାଇଁ କମିସନରେଟନ ପୁଲିସ ପ୍ରସ୍ତୁତି ହେଉଛି। ତେଣୁ କମିସନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ତେଣୁ ୩୦ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ମୁତୟନ କରାଯିବ।

Comments are closed.