ପଂଚୁକ ଆରମ୍ଭରୁ ପୁରୀରେ ଅଘଟଣ : ହବିଷ୍ୟାଳି ଶିବିରରେ ଜଣେ ହବିଷ୍ୟାଳିଙ୍କ ମୃତ୍ୟୁ

58

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସ୍ଥାନୀୟ ମୋଚିସାହି କଲ୍ୟାଣ ମଣ୍ଡପରେ ଖୋଲିଥିବା ସରକାରୀ ହବିଷ୍ୟାଳି ଶିବିରରେ ପଡ଼ି ଆଜି ସକାଳୁ ପ୍ରଭାବତୀ ଦାସ ନାମ୍ନୀ ଜଣେ ବୃଦ୍ଧାଙ୍କର ପରଲୋକ ହୋଇଯାଇଛି । କଟକ ଚାନ୍ଦିନୀଚୌକ ବାସିନୀ ପ୍ରଭାବତୀ ପାହାନ୍ତାରେ କଲ୍ୟାଣ ମଣ୍ଡପ ସ୍ନାନାଗାରରେ ଗାଧୋଇ ସାରି ନିଜ ପ୍ରକୋଷ୍ଠକୁ ଫେରୁଥିବାବେଳେ ତଳେ ପଡ଼ିଯାଇଥିଲେ ।

ଚିକିତ୍ସା ପାଇଁ ତାଙ୍କୁ ତତ୍‌କ୍ଷଣାତ୍‌ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।  କିନ୍ତୁ ସେଠାରେ ଚିକିତ୍ସାଧୀନା ଥିବା ୬୫ ବର୍ଷୀୟ ପ୍ରଭାବତୀଙ୍କର ସକାଳ ସାଢ଼େ ୭ଟାରେ ମୃତ୍ୟୁ ଘଟିଛି ।