ପୁରୀରେ ହବିଷ୍ୟାଳୀଙ୍କ ଭିଡ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି ବ୍ରତଧାରୀ

127

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆରମ୍ଭ ହୋଇଛି ପବିତ୍ର କାର୍ତିକ ମାସ । ପୂର୍ଣ୍ଣ୍ୟ ମାସରେ ଧର୍ମ ଅର୍ଜନ କରିବାକୁ ଶ୍ରୀକ୍ଷେତ୍ରରେ ଜମୁଛି ହବିଷ୍ୟାଳିଙ୍କ ଭିଡ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ପରେ ତୁଳସୀ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ବ୍ରତଧାରୀ । ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି ହବିଷ୍ୟାଳି ।

ହବିଷ୍ୟାଳୀଙ୍କ ପାଇଁ ପୁରୀରେ ଚଳିତ ବର୍ଷ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହବିଷ୍ୟାଳି ଯୋଜନା । ଏହି ଯୋଜନାରେ ପୁରୀରେ ୨ ହଜାର ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା, ଖାଇବା, ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି । ଆଗାମୀ ବର୍ଷ ଅଧିକ ସଂଖ୍ୟକ ହବିଷ୍ୟାଳିଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।