ପ୍ରତି ୬ ମାସରେ ଚେକ୍ କରାନ୍ତୁ ଗ୍ୟାସ୍ ଚୁହ୍ଲା ,ପାଇପ୍ ଏବଂ ରେଗୁଲେଟର୍ ! ନଚେତ୍ ଭୟଙ୍କର ଦୂର୍ଘଟଣାର ସମ୍ମୁଖିନ ହୋଇପାରନ୍ତି ।

960

ଆପଣ ଘରେ ଗ୍ୟାସ୍ ସିଲିଣ୍ଡର, ଚୁହ୍ଲା ,ପାଇପ୍ ଏବଂ ରେଗୁଲେଟର୍ ବ୍ୟବହାର କରୁଥିବେ ତ ନିଶ୍ଚୟ । ପ୍ରତି ୬ ମାସରେ ଥରେ ଏହି ଜାଞ୍ଚ୍ କରିବା ନିହାତି ଆବଶ୍ୟକ । ଏଠାରେ ଆପଣଙ୍କ ଗୋଟିଏ ଭୁଲ୍ ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ କାଳ ସାଜିପାରେ । ଭୁଲ୍ ପାଇଁ ସିଲିଣ୍ଡର ବ୍ଲାଷ୍ଟ୍, ପାଇପରୁ ଗ୍ୟାସ୍ ଲିକ୍ କିମ୍ବା ନିଆଁ ଲାଗିବା ଭଳି ସମ୍ଭାବନା ମଧ୍ୟ ବଢିଯାଏ । ଗତ କିଛି ମାସ ଧରି ଏଭଳି ଘଟଣା ଅଧିକ ବଢିଥିବା ଦେଖାଦେଇଛି ଯେଉଁଥିରେ ପରିବାରର ଅନେକ ସଦସ୍ୟଙ୍କ ମୃ୍ତ୍ୟୁ ମଧ୍ୟ ହେଇଛି । ନିମ୍ନବର୍ଗ ତଥା ମଧ୍ୟମବର୍ଗ ପରିବାରରେ ଏଭଳି ଘଟଣା ଅଧିକ ଘଟିଥିବା ଦେଖାଦେଇଛି । ମଙ୍ଗଳବାର ବିନୟ ନଗର କୁଶବାହ ଅଞ୍ଚଳରେ ଘଟିଥିବା ଏଭଳି ଏକ ଘଟଣାରେ ପରିବାରର ୩ ଜଣ ସଦସ୍ୟଙ୍କ ଜୀବନ ଚାଲିଯାଇଥିଲା ।

ଏହି ଖାମଖିଆଲ ଭାବନା ଯୋଗୁଁ ଘଟିଯାଏ ବଡ ଦୂର୍ଘଟଣା ।

୧ . ପ୍ରତି ୬ ମାସରେ ଥରେ ଗ୍ୟାସ୍ ସିଲିଣ୍ଡର, ଚୁହ୍ଲା ,ପାଇପ୍ ଏବଂ ରେଗୁଲେଟର୍ ର ଜାଞ୍ଚ୍ ନ କରିବା ।

୨ . ୧୨ ରୁ ୨୪ ମାସ ଭିତରେ ଏଜେନ୍ସିର ନିରୀକ୍ଷଣ ଟିମ୍ ଠାରୁ ଜାଞ୍ଚ୍ ନ କରିବା ।

୩ . ସିଲିଣ୍ଡର ନେଉଥିବା ସମୟରେ ଏହାର ବଲବ୍ ଚେକ୍ ନ କରିବା ।

୪ . ଏଜେନ୍ସିରୁ ପାଇପ୍ , ରେଗୁଲେଟର୍ ଏବଂ ଚୁହ୍ଲା କିଣିବା ପରିବର୍ତ୍ତେ ବଜାରରୁ କିଣିବା ।

୫ . ଏଜେନ୍ସିରୁ ମିଳୁଥିବା ପାଇପ୍ ଟ୍ରିପଲ୍ ଲେୟର୍ ର ହୋଇଥାଏ । ଯେଉଁଥିରେ ଜାଲୀ ରହିଥାଏ ।

୬ . ବଜାରରୁ ମିଳୁଥିବା ଗ୍ୟାସ୍ ପାଇପ୍ କେବଳ ରବର୍ ହୋଇଥାଏ । ଦୂର୍ଘଟଣାର ସମ୍ଭାବନା ଏଥିରେ ଅଧିକ ଥାଏ ।

୭ . ଗ୍ୟାସ୍ ଚୁହ୍ଲାକୁ ସବୁବେଳେ ସିଲିଣ୍ଡରରୁ ୬ ଇଞ୍ଚ୍ ଉପରେ ରଖନ୍ତୁ ।

୮ . ମାଟି ତଳେ ଚୁହ୍ଲା ରଖିବା ଦ୍ୱାରା ଗ୍ୟାସ୍ ସହ ଲିକ୍ୱିଡ୍ ଆସିବା ଦ୍ୱାରା ଚୁହ୍ଲା ଖରାପ ହୋଇ ଦୂର୍ଘଟଣା ହେବାର ସମ୍ଭାବନା ରହିଛି ।
ଖାମଖିଆଲପଣ ଯୋଗୁଁ ଚାଲିଗଲା ନିରୀହଙ୍କ ଜୀବନ :