ସ୍କୁଲ ନିକଟରୁ ହଟିବ ନିଶା ଦୋକାନ, କ୍ୟାମ୍ପସରେ ବ୍ୟାନ୍ ହେବ ଗୁଟଖା ! ମଦ୍ୟପାନ କରି ଆସିଲେ ବହିଷ୍କୃତ ହେବେ ଶିକ୍ଷକ ।
କନକ ବ୍ୟୁରୋ : ଯଦି ଶିକ୍ଷକ କିମ୍ବା କର୍ମଚାରୀ ମଦ୍ୟପାନ/ନିଶାଦ୍ରବ୍ୟ ସେବନ କରି ବିଦ୍ୟାଳୟ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଓସିଏସ୍(ସିସିଏ ରୁଲ୍ସ) ୧୯୬୨ର ରୁଲ୍-୧୬ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ବହିଷ୍କାର ପରି ଦଣ୍ଡ ବି ମିଳିପାରେ । କ୍ୟାମ୍ପସ୍ରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଜାରି ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତିନି ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ବଢ଼ି ଚାଲିଛି । କେଉଁଠି ଶିକ୍ଷକମାନେ କ୍ୟାମ୍ପସ୍କୁ ମଦ୍ୟପାନ କରି ଆସୁଛନ୍ତି ତ ଆଉ କେଉଁଠି ଶିକ୍ଷକଙ୍କ ଗାଡ଼ି ଡିକିରୁ ମଦ ବାହାରୁଛି । କେଉଁଠି ନାବାଳିକା ଗର୍ଭବତୀ ହେବାର ମଧ୍ୟ ଅଭିଯୋଗ ହେଉଛି । ଗତ ଶିକ୍ଷାବର୍ଷରେ ଏନେଇ ବାରମ୍ବାର ଅଭିଯୋଗ ଆସିଥିବାରୁ ଏଥର ବିଭାଗ ପକ୍ଷରୁ ପୁଣିଥରେ ଗାଇଡ୍ଲାଇନ୍ ଜାରି ହୋଇଛି । କୌଣସି ସ୍ଥାନରେ ଯଦି ଛାତ୍ରଛାତ୍ରୀଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ଦୃଷ୍ଟିକୁ ଆସେ, ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି । କ୍ଲାସରୁମ୍ଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡି˚ରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହିବେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି ।