କାହିଁକି ଭାଙ୍ଗିଲା ଗୁରୁପ୍ରୀୟା ସେତୁ : ସରକାର ରଖିଲେ ସଫେଇ

29

କନକ ବ୍ୟୁରୋ : କାହିଁକି ଭୁଶୁଡ଼ିଲା ଗୁରୁପ୍ରୀୟା ସେତୁ । ବିଚ୍ଛିନ୍ନାଚଂଳର ସ୍ୱପ୍ନର ସେତୁ କୁହାଯାଉଥିବା ଗୁରୁପ୍ରୀୟା ସେତୁର ୧୦ ଓ ୧୧ ନମ୍ବର ସ୍ପାନରେ ଥିବା ୩ଟି ଗାଡାର୍ ସମ୍ପୂର୍ଣ୍ଣ ଭୁଷୁଡି ପଡିବାର ଅଜବ କାରଣ ଦର୍ଶାଇଛନ୍ତି ସରକାର । ପୂର୍ତ୍ତ ବିଭାଗ ସଚିବ କହିଛନ୍ତି ସାଇଟରେ ପବନ ହେବାରୁ ଖସିପଡିଲା ଗୁରୁପ୍ରୀୟାର ଗାଡାର ।

ୱେଲଡିଂ ଚାଲିଥିବାବେଳେ ଗୋଟିଏ ଉପରେ ଆଉଗୋଟିଏ ଗାଡାର, ଏହିପରି ୩ଟି ଗାଡାର ଖସିପଡିଥିଲା । ନିର୍ମାଣ କାମ ଚାଲୁଥିବା ସମୟ ଏଭଳି ଅଘଟଣ ଯୋଗୁଁ ବ୍ରିଜ୍ ଶେଷ ହେବାରେ ୨/୩ ମାସ ବିଳମ୍ବ ହେବ ବୋଲି କହିଛନ୍ତି ବିଭାଗୀୟ ସଚିବ । ଏପରିକି ସେପ୍ଟେମ୍ବର ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିରେ ବିଳମ୍ବ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଗୁରୁପ୍ରୀୟା ସେତୁ ନିର୍ମାଣ ସ୍ଥଳରେ ୨୦୦ରୁ ଅଧିକ ଶ୍ରମିକ କାମ କରୁଥିବା ବେଳେ ଏହି ଘଟଣାରେ କୌଣସି ଶ୍ରମିକଙ୍କ କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ଗତ ସେପ୍ଟେମ୍ବର ମାସରେ ମଧ୍ୟ ଗୁରୁପ୍ରୀୟା ସେତୁର ୩ଟି ପାଇ ଭୁଷୁଡି ପଡିଥିଲା । ତୃଟିପìର୍ଣ୍ଣ ଡିଜାଇନକୁ ସଂଶୋଧନ କରାଯାଇ ପୁନର୍ବାର କାମ ଆରମ୍ଭ ହୋଇଥିଲା । କିନ୍ତୁ ଗାଡାର୍ ଭୁଷୁଡିବା ଘଟଣା ଗୁରୁପ୍ରୀୟରେ ହୋଉ ଥିବା କାମ ନିମ୍ନମାନ ବୋଲି ଚର୍ଚା ଜୋର ଧରିଛି ।

୨୦୧୪ ମସିହାରେ କୋଲକାତାର ରୟାଲ ଇନଫ୍ରା ନାମକ କମ୍ପାନୀ ନିର୍ମାଣ କାମ ଆରମ୍ଭ କରିଥିବା ବେଳେ ଜୁଲାଇ ମାସରେ ଏହା ଶେଷ ହେବା ନେଇ ଲକ୍ଷ୍ୟ ରହିଛି । ତେବେ ପୁଣି ଗାଡାର ଭୁଷୁଡିବା ଯୋଗୁ ଅନିଶ୍ଚିତତା ଘେରରେ ଚାଲିଯାଇଛି ଗୁୁରୁପ୍ରୀୟା ସେତୁ ନିର୍ମାଣ କାମ ।