ସିସିଟିଭି ସ୍କାନରରେ ଗୁରୁପ୍ରିୟା ସେତୁ ! ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ନିଆଗଲା କଡ଼ା ପଦକ୍ଷେପ

35

କନକ ବ୍ୟୁରୋ : ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେବ ସିସିଟିଭି । ଗୁରୁପ୍ରିୟା ସେତୁ ଲୋକାର୍ପିତ ହେବା ପୂର୍ବରୁ ଏଠାରେ ସିସିଟିିଭି ଲାଗାଯାଇଛି । ସେତୁକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ । ୪ଟି ସିସିଟିଭି ସେତୁର ତଳ ପାଶ୍ୱରେ ଲାଗିଥିବା ବେଳେ ଆଉ ୨ଟି ସେତୁର ଦୁଇ ପାଶ୍ୱରେ ଲଗାଯାଇଛି । ଯାହାକି ମାଓବାଦୀଙ୍କ ଗତିିବିଧି ଉପରେ ସଂପୁର୍ଣ୍ଣ ନଜର ରଖିବ । ଏହା ସହ ସିସିଟିଭିର ମନିଟରିଂ ବିଏସଏଫ କ୍ୟାମ୍ପ ଏବଂ ଏସପି କାର୍ଯ୍ୟାଳୟରେ ରହିବ । ସେତୁରେ ୬୦ଟି ଲାଇଟ ଲଗାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଗୁରୁପ୍ରିୟା ସେତୁ ଉପରେ ଓ ଆଖପାଖ ଅଂଚଳରେ ହେଉ ଥିବା ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିବା ପାଇଁ ସିସିଟିଭି ଲଗାଯାଇଛି । ପୂର୍ବରୁ ମାଓବାଦୀ ମାନେ ଗୁରୁପ୍ରିୟା ସେତୁ ନିର୍ମାଣ କାମକୁ ବିରୋଧ କରି ଆକ୍ରମଣ କରିବାରୁ ଆନେକ କମ୍ପାନୀ କାମ ଅଧାରେ ଛାଡି ଚାଲି ଯାଇଥିଲେ । ତେବେ କୋଲକାତାର ରୟାଲ ଇନଫ୍ରା କମ୍ପାନୀ ଏହି କାମକୁ ଶେଷ ପର୍ୟ୍ୟାୟକୁ ନେଇଛି ।