ପୁଣି ଘୁଂଚିଲା ଗୁରୁପ୍ରିୟା ସେତୁ ଡେଡଲାଇନ ! ଫେବୃଆରୀ ପରିବର୍ତ୍ତେ ମାର୍ଚ୍ଚ ଶେଷ ସୁଦ୍ଧା ସରିବ କାମ,ବିଶେଷଜ୍ଞ ଦଳର ଅନୁଧ୍ୟାନ ପରେ ନିଷ୍ପତି

40

କନକ ବ୍ୟୁରୋ: ପୁଣି ଘୁଂଚିଲା ଗୁରୁପ୍ରିୟା ସେତୁର ଡେଡଲାଇନ । ପେଂବୃଆରୀ ପରିବର୍ତ୍ତେ ମାର୍ଚ୍ଚ ଶେଷ ସପ୍ତାହରେ ସରିବ ଗୁରୁପ୍ରିୟା ସେତୁର କାମ । ପୋଲ ନିର୍ମାଣ କାମ ଅନୁଧ୍ୟାନ ପରେ ଏଭଳି ନିଷ୍ପତି ନେଇଛନ୍ତି ବିଶେଷଜ୍ଞ ଟିମ୍ । ଗତକାଲି ସେତୁର ଅନୁଧ୍ୟାନ କରିଥିଲେ ବିଶେଷଜ୍ଞ ଟିମ୍ । ଗାର୍ଡ ସହ ଅନ୍ୟ କିଛି କାମ ସରିନଥିବାରୁ ମାର୍ଚ୍ଚ ଶେଷ ସୁଦ୍ଧା ଏହି କାମ ସରିବ । ମାଲକାନଗିରିରେ ଯୋଗାଯୋଗୁଁ ଉନ୍ନତି ପାଇଁ ଏହି ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଉଛି । ବିଚ୍ଛିନ୍ନାଂଚଳରେ ଏହି ସେତୁନିର୍ମାଣ ଚାଲିଛି । ମାଓବାଦୀଙ୍କ ଧମକ ଯୋଗୁଁ ଏହି ସେତୁ ନିର୍ମାଣ କାମ ବିଳମ୍ବ ହୋଇଥିଲା ।

ଉଲ୍ଲେଖଥାଉ କି, ସେତୁ ନିର୍ମାଣ ହେବା ଦ୍ୱାରା ବିଚ୍ଛିନ୍ନାଂଚଳର ସ୍ୱପ୍ନ ପୁରଣ ହେବ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ବିଚ୍ଛିନ୍ନାଚଂଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ । ସୂଚନା ମୁତାବକ ପୋଲ ନିର୍ମାଣ କାମ ୯୨ ପ୍ରତିଶତ ଶେଷ ହୋଇସାରିଛି । ମାତ୍ର ମାଓବାଦୀଙ୍କ ଧମକ କାରଣରୁ ଧାର୍ଯ୍ୟ ହୋଇଥିବା ନୂଆ ସମୟ ସୀମା ଭିତରେ ପୋଲ ନିର୍ମାଣ କାମ ସରି ନପାରେ ବୋଲି ଗତକାଲି ସେତୁର ଅନୁଧ୍ୟାନ କରିଥିବା ବିଶେଷଜ୍ଞ ଟିମ୍ ନିଷ୍ପତି ନେଇଛନ୍ତି ।

କାରଣ ମାଓବାଦୀଙ୍କ ଅଭେଦ୍ୟଗଡ଼ କୁହାଯାଉଥିବା ଏହି ବିଚ୍ଛିନ୍ନାଚଂଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ । ମୋଟ ୯୧୦ ମିଟର ଲମ୍ବ ଏହି ସେତୁ ପାଇଁ ସମସ୍ତ ୧୩୬ଟି ପାଇଲିଙ୍ଗ ଏବଂ ୨୩ଟି ପିଲାର କାମ ଶେଷ ହୋଇଛି । କେବଳ ୧୩ ଓ ୧୪ ନମ୍ବର ପିଲାର ମଧ୍ୟରେ ୬୦ ମିଟର ଲମ୍ବ ଷ୍ଟିଲ ଗାଡର କାମ ବାକି ଥିବା ବେଳେ ୨୨ଟି କଂକ୍ରଟି ସ୍ଲାବ ମଧ୍ୟରୁ ୪ଟି ସ୍ଲାବ କାମ ବାକି ରହିଛି । । ମାତ୍ର ମାଓବାଦୀଙ୍କ ଧମକ କାରଣରୁ ଏହି ସେତୁ ନିର୍ମାଣ କାମ ଫେବୃଆରି ପରିବର୍ତ୍ତେ ମାର୍ଚ୍ଚ ଶେଷ ସୁଦ୍ଧା ସଂପୂର୍ଣ୍ଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।