ପୁଣି ବଢିଲା ଗୁରୁପ୍ରିୟା ସେତୁର ଡେଡଲାଇନ ! ଏବେବି ସରିନି ୩ଟି ଗାଡାରର କାମ,ଏପ୍ରିଲ ୨୦ ଯାଏଁ ବଢିଲା ଅବଧି

37

କନକ ବ୍ୟୁରୋ: ପୁଣି ବଢ଼ିଲା ଗୁରୁପ୍ରିୟା ସେତୁର ଡ଼େଡ଼ ଲାଇନ । ମାର୍ଚ୍ଚ ୩୧ରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ଏହି ଡ଼େଡ଼ ଲାଇନକୁ ବଢ଼ାଯାଇଛି । ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଏନ.ସି ପାଲଙ୍କ ସୂଚନା ଦେଇଛନ୍ତି । ବାଲିମେଳା ଜଳଭଣ୍ଡାରରେ ଜଳ ପତନ ହ୍ରାସ ପାଇଁ କାର୍ଯ୍ୟରେ ବିଳମ୍ବ ଦେଖା ଦେଇଦେଇଛି । ତେଣୁ ଡ଼ିଜାଇନରେ ପରିବର୍ତ୍ତନ କରି କାମ ଆଗେଇ ନେବାକୁ ନିଷ୍ପତି ନିଆଯାଇଛି । ଗୁରୁପିୟା ସେତୁର ତିନୋଟି ଗାଡ଼ାର କାମ ଏବେବି ସରିନାହିଁ । ଅନ୍ୟପକ୍ଷରେ ଆନ୍ଧ୍ରକୁ ଅନବରତ ଜଳଭଣ୍ଡାର ପାଣି ଚାଲିଯାଇଥିବାରୁ ଜଳପତନ ହ୍ରାସ ପାଇଥିବା ମଧ୍ୟ ସୂଚନା ରହିଛି ।

ଉଲ୍ଲେଖଥାଉ କି, କିଛି ଦିନ ତଳେ ମଧ୍ୟ ଏନେଇ ସୂଚିତ କରିଥିଲା ପୂର୍ତ୍ତ ବିଭାଗ । ଯାହାଦ୍ୱାରା କୁହାଯାଇଥିଲା କି, ପେଂବୃଆରୀ ପରିବର୍ତ୍ତେ ମାର୍ଚ୍ଚ ଶେଷ ସପ୍ତାହରେ ସରିବ ଗୁରୁପ୍ରିୟା ସେତୁର କାମ । ପୋଲ ନିର୍ମାଣ କାମ ଅନୁଧ୍ୟାନ ପରେ ଏଭଳି ନିଷ୍ପତି ନେଇଥିଲେ ବିଶେଷଜ୍ଞ ଟିମ୍ । ଏନେଇ ସେତୁର ଅନୁଧ୍ୟାନ କରିଥିଲେ ମଧ୍ୟ ବିଶେଷଜ୍ଞ ଟିମ୍ । ଗାର୍ଡ ସହ ଅନ୍ୟ କିଛି କାମ ସରିନଥିବାରୁ ମାର୍ଚ୍ଚ ଶେଷ ସୁଦ୍ଧା ଏହି କାମ ସରିବ ବୋଲି କୁହାଯାଇଥିଲା । ମାଲକାନଗିରିରେ ଯୋଗାଯୋଗୁଁ ଉନ୍ନତି ପାଇଁ ଏହି ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଉଛି । ବିଚ୍ଛିନ୍ନାଂଚଳରେ ଏହି ସେତୁନିର୍ମାଣ ଚାଲିଛି । ମାଓବାଦୀଙ୍କ ଧମକ ଯୋଗୁଁ ଏହି ସେତୁ ନିର୍ମାଣ କାମ ବିଳମ୍ବ ହୋଇଥିଲା ।