ବିଧାନସଭାରେ ଉଠିଲା ଗୁରୁପ୍ରିୟା ସେତୁ ଭୁଶୁଡିବା ପ୍ରସଙ୍ଗ !

48

କନକ ବ୍ୟୁରୋ : ବିଧାନସଭାରେ ଉଠିଥିଲା ମାଲକାନଗିରି ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ ଭୁଶୁଡିବା ପ୍ରସଙ୍ଗ । କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝି ଏହା କାହିଁକି ଭୁଶୁଡିଲା ଏବଂ ଏହା ପଛରେ କିଏ ସବୁ ଦାୟୀ ସେନେଇ ଉତ୍ତର ଚାହିଁଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଯାହା ରଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ, ନିର୍ମାଣାଧିନ ଗୁରୁପ୍ରିୟା ସେତୁର ଗୋଟିଏ ସ୍ପାନର ୩ ଗୋଟି ଗାର୍ଡର ଖସିପଡିଥିଲା । ଏହାର ତଦନ୍ତ ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ ଟିମ କରୁଛନ୍ତି । ଅତ୍ୟଧିକ ପବନ ଯୋଗୁଁ ଗାର୍ଡର ଗୁଡିକ ଭାରସାମ୍ୟ ହରାଇ ଖସିପଡିଥିଲା । ତେଣୁ ଏଥିପାଇଁ କୌଣସି ଅଧିକାରୀଙ୍କୁ ଦାୟୀ କରିବା ଠିକ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ସଂପୃକ୍ତ ଠିକାଦାର ସେହି ଗାର୍ଡର ନିଜ ଖର୍ଚ୍ଚରେ ପୁଣି ନିର୍ମାଣ କରୁଛନ୍ତି । ଏହାର ନିର୍ମାଣ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସରିବ ବୋଲି କହିଛନ୍ତି ମନ୍ତ୍ରୀ ।