ବର୍ଷା ସାଜିଲା ବାଧକ : ଘୁଂଚିପାରେ ଗୁରୁପ୍ରିୟା ଉଦଘାଟନ୍ ତାରିଖ

24

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଘୁଂଚିପାରେ ଗୁରୁପ୍ରିୟା ଉଦଘାଟନ ତାରିଖ । ଜିଲ୍ଲାରେ ଗତ ୨୦ ଦିନ ହେଲା ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି । ଗତ ୨୪ ଘଂଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୪୯.୭୯ ମିଲିମିଟର ରେକର୍ଡ କରାଯାଇଥିବା ବେଳେ ମାଥିଲି ବ୍ଲକରେ ସର୍ବାଧିକ ୬୮ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଝଡବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହାରି ଭିତରେ ବିଚ୍ଛିନ୍ନାଚଂଳବାସୀଙ୍କ ସ୍ୱପ୍ନର ସେତୁ ଉଦଘାଟନରେ ବିଳମ୍ବ ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁ ଘୁଂଚିପାରେ ବହୁ ପ୍ରତିକ୍ଷୀତ ଗୁରୁପ୍ରୀୟା ସେତୁ ଉଦଘାଟନ । ଆଗାମି ୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ଗୁରୁପ୍ରୀୟା ସେତୁ ଉଦଘାଟନ୍ କରିବା ଲାଗି ସ୍ଥିର ହୋଇଥିଲା । ତେବେ କ୍ରୀଡାମନ୍ତ୍ରୀ ଓ ପୁର୍ତବିଭାଗ ସଚିବ ଗତ ୩ ଦିନ ଧରି ସେତୁ ଉଦଘାଟନ କାର୍ଯ୍ୟକୁ ତଦାରଖ କରୁଥିବା ବେଳେ ପାଣିପାଗ ବିଭାଗ ଏଯାଏଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସବୁଜ ସଙ୍କେତ ଦେଖାଇ ନଥିବା ଜଣାପଡିଛି ।

ସେପଟେ ଲଗାଣ ବର୍ଷା ନେଇ ଏସଆରସି ସୂଚନା ଦେଇଛନ୍ତି । ୧୫ ଓ ୧୬ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲେ । ୧୨ଟି ଜିଲ୍ଲାରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । କଳାହାଣ୍ଡିରେ ସର୍ବାଧିକ ବର୍ଷା ୧୭୩. ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ନୂଆପଡାରେ ୧୦୦.୭ ଓ ଭବାନୀପାଟଣା ବ୍ଲକରେ ୨୯୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନି । କ୍ଷୟକ୍ଷତିର କୌଣସି ଖବର ନାହିଁ । କିଛି କିଛି ଯାଗାରୁ ରାସ୍ତା କିମ୍ବା ପୋଲ ନଷ୍ଟ ହେବାର ଖବର ମିଳିଛି ।