ପୂରଣ ହେବାକୁ ଯାଉଛି ଦୀର୍ଘ ୪୫ବର୍ଷର ସ୍ୱପ୍ନ! ଖୁବଶୀଘ୍ର ବିଚ୍ଛିନ୍ନାଞ୍ଚଳକୁ ଯୋଡିବ ଗୁରୁପ୍ରିୟା ସେତୁ, ଲାଲଗଡରେ ଗଡିବ ବିକାଶର ଗାଡି

33

କନକ ବ୍ୟୁରୋ : ସତ ହେବାକୁ ଯାଉଛି ବିଚ୍ଛିନ୍ନାଂଚଳର ସ୍ୱପ୍ନ । ଆସନ୍ତାମାସ ମାର୍ଚ୍ଚ ସୁଦ୍ଧା ଗୁରୁପ୍ରିୟା ସେତୁରେ ଅଣଔପଚାରିକ ଭାବରେ ଗଡ଼ିବ ବିକାଶର ଗାଡ଼ି । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ବିଚ୍ଛିନ୍ନାଚଂଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ । କାରଣ ଏବେ ପୋଲ ନିର୍ମାଣ କାମ ୯୨ ପ୍ରତିଶତ ଶେଷ ହୋଇଛି । ଧାର୍ଯ୍ୟ ହୋଇଥିବା ନୂଆ ସମୟ ସୀମା ଭିତରେ ପୋଲ ନିର୍ମାଣ କାମ ସାରିବାକୁ ଦିନରାତି ଏକ କରିଦେଇଛି ପ୍ରଶାସନିକ କଳ । ଗ୍ରାଉଣ୍ଡ ଜିରୋରେ ପହଂଚିି ଗୁରୁପ୍ରିୟା ସେତୁର ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ୍ ଟିମ୍ ।

setuସତ ହେବାକୁ ଯାଉଛି ଗୁରୁପ୍ରିୟା ସେତୁର ସ୍ୱପ୍ନ । ଏଣିକି ହାତଗଣିତି କେଇ ଦିନର ଅପେକ୍ଷା ମାତ୍ର । କାରଣ ବିଚ୍ଛିନ୍ନାଚଂଳକୁ ଯୋଡୁଥିବା ଏହି ସେତୁର ନିର୍ମାଣ କାମ ୯୨ ପ୍ରତିଶତ ଶେଷ ହୋଇଛି । ମାଓବାଦୀଙ୍କ ଅଭେଦ୍ୟଗଡ଼ କୁହାଯାଉଥିବା ଏହି ବିଚ୍ଛିନ୍ନାଚଂଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ । ମୋଟ ୯୧୦ ମିଟର ଲମ୍ବ ଏହି ସେତୁ ପାଇଁ ସମସ୍ତ ୧୩୬ଟି ପାଇଲିଙ୍ଗ ଏବଂ ୨୩ଟି ପିଲାର କାମ ଶେଷ ହୋଇଛି । କେବଳ ୧୩ ଓ ୧୪ ନମ୍ବର ପିଲାର ମଧ୍ୟରେ ୬୦ ମିଟର ଲମ୍ବ ଷ୍ଟିଲ ଗାଡର କାମ ବାକି ଥିବା ବେଳେ ୨୨ଟି କଂକ୍ରଟି ସ୍ଲାବ ମଧ୍ୟରୁ ୪ଟି ସ୍ଲାବ କାମ ବାକି ରହିଛି । ଆଗାମୀ ଫେବୃଆରି ଶେଷ କିମ୍ବା ମାର୍ଚ୍ଚ ପହିଲାରୁ ଗୁରୁପ୍ରୀୟା ସେତୁ ଉପରେ ଅଣଔପଚାରିକ ଭାବେ ଯାନବାହନ ଚଳାଚଳ ସ୍ୱଭାବିକ ହୋଇପାରିବ ।

ଶେଷ ହେବ ଦିର୍ଘ ୪୫ ବର୍ଷର ଅପେକ୍ଷା । ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ କାଟୁଥିବା ୧୫୧ଟି ଗାଁର ଲୋଙ୍କ ପାଖରେ ପହଂଚିଯିବ ବିକାଶ । ଗତ ସେପ୍ଟମ୍ବର ମାସ ରେ ଗୁରୁପ୍ରୀୟା ସେତୁର ୩ଟି ଗାଡାର ଭୁଷୁଡି ପଡିଥିଲା । ଫଳରେ ଏହାର ଡିଜାଇନ ପରିବର୍ତନ କରାଯାଇ ୬ଟି ସ୍ପାନ ଉପରେ ୧୮ଟି ଷ୍ଟିଲ ଗାଡାର ନିର୍ମାଣ ଲାଗି ନୂଆ ଡିଜାଇନ କରାଯାଇଛି । ସେହିପରି ଗୁରୁପ୍ରୀୟା ସେତୁର ଉଭୟ ପାର୍ଶ୍ୟରେ ଆପ୍ରୋଚ ରୋଡ କାମ ମଧ୍ୟ ଶେଷ ହେଉଥିବା ବେଳେ ପୋଲ ଉପରେ ରେଲିଙ୍ଗ ଓ ଫିନିଶିଙ୍ଗ କାମ ମଧ୍ୟ ଜାରି ରହିଛି ।
ସେପ୍ଟେମ୍ବର ୨୦୧୭ ସୁଦ୍ଧା ସେତୁ ନିର୍ମାଣର ସମୟ ସୀମା ଥିବା ବେଳେ ଏହାକୁ ମାର୍ଚ୍ଚ ୨୦୧୮ ଯାଏଁ ଏହାକୁ ବଢ଼ାଇ ଦିଆଯାଇଥିଲା । ଆଉ ଏହି ନୂଆ ଡେଡଲାଇନ୍ ଭିତରେ କାମ ସାରିବାକୁ ଦିନ ରାତି ଏକ କରି ଦେଇଛି କୋଲକାତାର ରୋୟାଲ ଇନଫ୍ରା କମ୍ପାନି ଓ ପୁର୍ତ ବିଭାଗ ।