୮ ଘଂଟାରେ ବାବାଙ୍କ ରୋଜଗାର ୨୦ ଟଙ୍କା ! ଜେଲରେ ରାହରହିମ କରୁଛନ୍ତି ପରିବା ଚାଷ

40

କନକ ବ୍ୟୁରୋ : ଜେଲରେ ଅଛନ୍ତି ବଳାକ୍ରାରୀ ବାବା ରାମ ରହିମ୍ । ୨୦ ବର୍ଷ ଜେଲଦଣ୍ଡ ଭୋଗୁଥିବା ବାବା ଗୁରମିତ୍ ରାମରହିମଙ୍କୁ ଜେଲରେ ମିଳିଛି ସ୍ୱତନ୍ତ୍ର କାମ । ତେବେ ଯେଉଁ ବାବା ଦିନେ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ସେହି ରାମରହିମ୍ ଜେଲରେ କରୁଛନ୍ତି ମାଳି କାମ । ହଜାରେ କୋଟି ଟଙ୍କା ମାସକୁ ଆୟ କରୁଥିବା ବାବା ରାମରହିମଙ୍କୁ ମିଳୁଛି ମାତ୍ର ୨୦ ଟଙ୍କା ।

ଜେଲ ଅନ୍ତେବାସୀଙ୍କ ପାଇଁ ବାବା ବନିଛନ୍ତି ଜଣେ କୃଷକ । ବାବାଙ୍କ କୃଷିଜ୍ଞାନ ଯଥେଷ୍ଟ ଥିବାରୁ ଚାଷ କରିବାକୁ ଉଚିତ ଭାବିଛନ୍ତି ରାମରହିମ୍ । ଗୋଟେ ସେକେଣ୍ଡରେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ରାମରହିମ୍ ଏବେ ଜେଲ୍ ଭିତରେ କରୁଛନ୍ତି ଚାଷ କାମ । ବୈଜ୍ଞାନିକ ପଦ୍ଧତିରେ ଚାଷ କାମ ବି ଜାଣନ୍ତି ରାମରହିମ୍ । ପୂର୍ବରୁ ଆଶ୍ରମ ଭିତରେ ଅନେକ ଥର ଚାଷ କରୁଥିବାର ନଜର ଆସିଥିବା ବାବା ଜେଲ୍ ଭିତରେ ବି କରୁଛନ୍ତି ସମାନ କାମ ।

ତେବେ ଏଥିପାଇଁ ଦିନକୁ ମାତ୍ର ୨୦ ଟଙ୍କା ମିଳୁଛି ବାବା ରାମରହିମଙ୍କୁ । କୁହାଯାଏ ଭକ୍ତ ମାନଙ୍କୁ ଖୁବ ଉଚ୍ଚା ଦରରେ ରାମରହିମ୍ ପରିବା ବିକ୍ରି କରୁଥିଲେ । ବାବାଙ୍କ ଆଶ୍ରମ ପରିବାରୁ ତିଆରି ଆଚାରର ଦାମ କେଜି ପ୍ରତି ଥିଲା ଏକ ଲକ୍ଷ ଟଙ୍କା । ବାବାଙ୍କ ଗୋଟିଏ ଲଙ୍କାର ଦାମ ଥିଲା ଏକ ହଜାର ଟଙ୍କା । ବାବାଙ୍କ ଅମୃତଭଣ୍ଡାର ଦାମ ଥିଲା ୫ ହଜାର ଟଙ୍କା । ଦୁଇଟି ବିଲାତି ବାଇଗଣ ପାଇଁ ବାବା ନେଉଥିଲେ ୨୦୦୦ ଟଙ୍କା । ବାବାଙ୍କ ୫ଟି ମଟରଛୁଇଁର ଦାମ ଥିଲା ଏକ ହଜାର ଟଙ୍କା । ଆଶ୍ରମରେ ଚାଷ କରି ମାଲାମାଲ ହୋଇଥିବା ରାମରହିମ ଏବେ ଜେଲ ଭିତରେ କରୁଛନ୍ତି ଚାଷ କାମ ।