ଗୋ-ତସ୍କରଙ୍କ ଗୁଳିରେ ଆହତ ହେଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ! ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତୀ , ଦେଖନ୍ତୁ ଭିଡିଓ

233

ହରିୟାଣାର ଗୁରୁଗ୍ରାମରେ ଗୋ-ତସ୍କରମାନେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିମାରିବା ଘଟଣା ସାମ୍ନାକୁ ଆସିଛି । ବୁଧବାର ରାତି ଗୁରୁଗ୍ରାମ୍ ସେକ୍ଟର ୧୦ ରେ ଘଟିଛି ଏହି ଘଟଣା । ଗୋରକ୍ଷକ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ନାଁ ମୋନୁ ମନେସର୍ ବୋଲି ଜଣାପଡିଛି । ଆହତଙ୍କ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ବଜରଙ୍ଗ ଦଳର ଏହି କାର୍ଯ୍ୟକର୍ତ୍ତା ଗୋ ତସ୍କରଙ୍କ ପିଛା କରୁଥିଲା ବେଳେ ତାଙ୍କ ଦେହରେ ଗୁଳି ଲାଗିଥିଲା । ଭିଡିଓରେ ଦେଖିବାକୁ ମିଳୁଛି ଯେ ପୋଲିସ୍ ଅଟକାଇବା ପରେ ମଧ୍ୟ ଗୋତସ୍କର କିଭଳି ଭାବେ ଆଗକୁ ଚାଲିଯାଉଛନ୍ତି ।

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ପାଖାପାଖି ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାତାର ଗାଡିର ପିଛା କରିବା ପରେ ତସ୍କରମାନେ ଗୁଳି ଚଳାଇଥିଲେ । ତେବେ ସବୁ ତସ୍କରଙ୍କୁ ପୋଲିସ୍ ଗିରଫ କରିସାରିଛି । ଏହି ମାମଲାରେ ଗୁରୁଗ୍ରାମ୍ କ୍ରାଇମ୍ ଡିସିପି ରାଜୀବ ଦେଶବାଲଙ୍କ କହିବାନୁସାରେ , ୬ ଜଣ ତସ୍କର ଗାଡିରେ ଗାଇ ନେଉଥିଲେ । ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଯେତେବେଳେ ଗୋ ତସ୍କରୀ ହୋଇଥିବା ଦେଖିଥିଲେ ଗାଇଙ୍କୁ ବଂଚାଇବା ପାଇଁ ସେମାନେ ଗାଡିର ପିଛା କରି ପୋଲିସ୍ କୁ ଫୋନ୍ କରିଥିଲେ । ପୋଲିସ୍ ମଧ୍ୟ ତସ୍କରଙ୍କ ଗାଡିର ପିଛା କରିଥିଲା । ପୋଲିସ୍ କୁ ପିଛା କରୁଥିବା ଦେଖି ତସ୍କର ଗାଇମାନଙ୍କୁ ଗାଡିରୁ ବାହାର କରି ଫୋପାଡିବାକୁ ଲାଗିଥିଲେ ।