ଗୁପଚୁପ୍ ବିକ୍ରି ଉପରେ ଲାଗିଲା ଅଙ୍କୁଶ ! ଯାଞ୍ଚ କରୁଛି ନଗରନିଗମ, ଏଣିକି ଲୁଚିଛପି ବିକ୍ରି କରିପାରିବେନି ଦୋକାନୀ ।

67

ଗୁପଚୁପ୍ ନାମ ଶୁଣିଲେ ମୁହଁରେ ପାଣି ଆସି ଯାଇଥାଏ । ଲୋକମାନଙ୍କ କହିବାନୁସାରେ, ଗୁପଚୁପର ସ୍ୱାଦ ସବୁ ଖାଦ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ଏଥିପାଇଁ ଏହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରିଥାଆନ୍ତି । ତେବେ ଗୁପଚୁପକୁ ନେଇ ନିକଟରେ ଏମିତି ଏକ ଖବର ପ୍ରକାଶ ପାଇଛି, ଯାହାକୁ ଶୁଣିଲେ ଅପଣଙ୍କ ମନ ନିରାଶ ହୋଇଯିବ । କାରଣ ଗୁଜୁରାଟ ବଡୋଦରାରେ ନଗରନିଗମ ଗୁପଚୁପ୍ ବିକ୍ରି ଉପରେ ଅଙ୍କୁଶ ଲଗାଛନ୍ତି । କେବଳ ଏତିକି ନୁହେଁ, ନିଗମ ପକ୍ଷରୁ ସହରରେ ଯାଞ୍ଚ ଅଭିଯାନ ବି ଆରମ୍ଭ ହୋଇଯାଇଛି । ଯାହା ଫଳରେ କୌଣସି ବି ଗୁପଚୁପ୍ ବିକ୍ରେତା ଲୁଚି ଛପି ଏହାକୁ ବିକ୍ରି କରି ପାରିବେ ନାହିଁ ।

ନଗରନିଗମ କାହିଁକି ଏହି ପଦକ୍ଷେପ ଉଠାଇଛି ଆସନ୍ତୁ ଜାଣିବା

ବଡୋଦରାରେ ଗୁପଚୁପ୍ ବିକ୍ରି ଉପରେ ଅଙ୍କୁଶ ଲଗାଇବାର କାରଣ ହେଉଛି ଏହାର ପ୍ରସ୍ତୁତ ପ୍ରଣାଳୀ । ନଗରନିଗମ ମୁତାବକ, ଗୁପଚୁପ୍ ପ୍ରସ୍ତୁତ ହେଉଥିବା ୫୦ଟି ସ୍ଥାନରେ ଯାଞ୍ଚ କରାଯାଇଥିଲା । ସବୁସ୍ଥାନରେ ଦୋକାନୀ ଗୁପଚୁପ୍ ପ୍ରସ୍ତୁତ ସିନା କରୁଛନ୍ତି କିନ୍ତୁ ସଫାସୁତୁରା ଉପରେ ଆଦୌ ଧ୍ୟାନ ଦେଉ ନାହାନ୍ତି । ଦୋକାନୀ ଗୁପଚୁପ୍ ପ୍ରସ୍ତୁତ ପ୍ରଣାଳୀରେ ବ୍ୟବହୃତ କରୁଥିବା ପାଣି ଅସ୍ୱାସ୍ଥ୍ୟକର ସାବ୍ୟସ୍ତ ହୋଇଛି । ଯାହା ସ୍ୱାସ୍ଥ୍ୟପକ୍ଷେ କ୍ଷତି କାରକ । ବର୍ଷା ସମୟରେ ଏହାକୁ ଖାଇଲେ ଲୋକମାନଙ୍କୁ ଟାଇଫଏଡ, ଜଣ୍ଡିସ୍ ଓ ଫୁଡ ପଏଜନ୍ ଆଦି ରୋଗ ହେବାର ଅନେକ ଆଶଙ୍କା ରହିଛି । ପ୍ରଶାସନ ପକ୍ଷରୁ ୪ହଜାର କିଲୋଗ୍ରାମ ଗୁପଚୁପ୍, ସଢ଼େ ତିନ ହଜାର କିଲୋଗ୍ରାମ ଆଳୁ ଓ କାବୁଲି ବୁଟ ଏବଂ ୧୨୦୦ ଲିଟର ଗୁପଚୁପ୍ ପାଣି ଜବତ କରି ରାସ୍ତାରେ ଫିଙ୍କି ଦେଇଥିଲେ । ଏହି କାରଣରୁ ଗୁପଚୁପ୍ ବିକ୍ରି ଉପରେ ଅଙ୍କୁଶ ଲଗାଯାଇଛି।