ସେବାଶ୍ରମରେ ଅଘଟଣ : ଗୁଣୁପୁର ଘୁଟଣା ସେବାଶ୍ରମରେ ଜଣେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ

19

କନକ ବ୍ୟୁରୋ : ସେବାଶ୍ରମରେ ଅଘଟଣ । ରାୟଗଡା ଗୁଣୁପୁର ଘୁଟଣା ସେବାଶ୍ରମରେ ଜଣେ ତୃତୀୟ ଶ୍ରେଣୀ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ରଞ୍ଜିତା ଶବର । ରଞ୍ଜିତା ସ୍କୁଲ ପରିସରରେ ଥିବା ନଳକୂପ ନିକଟକୁ ହାତ ଧୋଇବାକୁ ଯାଇଥିବା ସମୟରେ ହଠାତ ପଡିଯାଇଥିଲା ।

ତା ପରେ ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଏ ଖବର ପାଇ ଗୁଣୁପୁର ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ପେଶାଲ ଅଫିସର ହସ୍ପିଟାଲରେ ପହଁଚି ଅନୁସଂଧାନ ଚଳାଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –