ଗୁଣୁପୁର ପାଇଁ ବଳ କଷାକଷି । ଭୋଟ୍ ଦେଉଛନ୍ତି ଜନତା, ୧୯ କୁରୁକ୍ଷେତ୍ରରେ ଗୁଣୁପୁର ଦଖଲ କରିବ କିଏ ?

114

କନକ ବ୍ୟୁରୋ: ଓଡ଼ିଶା ଦେଉଛି ଭୋଟ୍ । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ଜନତା । କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଗୁଣୁପୁର ବିଧାନସଭା ଗଡ ଦଖଲ କରିବ କିଏ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କ କଷିକଷି । କାରଣ ପ୍ରଥମ ପର୍ଯ୍ୟାୟ ମତଦାନରେ ଏଯାବତ୍ ଭୋଟ୍ ଦେଉଛନ୍ତି ଜନତା । ଆଉ ଗୁଣୁପୁର ଗଡ଼ରେ କଂଗ୍ରେସର ପୁରୁଣା ସିପାହୀ ବନାମ ବିଜେଡି- ବିଜେପିର ନୂଆ ଯୋଦ୍ଧା ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କାଯାଉଛି । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ବିଜେଡି ରହିଥିବାବେଳେ କମବ୍ୟାକ୍ କରିବା ଲକ୍ଷ୍ୟରେ କଂଗ୍ରେସ ଓ ବିଜେପି କମର କଷିଛନ୍ତି । ହେଲେ ଆସନ୍ତା ମେ’ ୨୩ ତାରିଖ ଫଳାଫଳରେ ହିଁ ସବୁ ଆଶା ଆଶଙ୍କା ଉପରୁ ପରଦା ଉଠିବ ।

୨୦୧୯ର ଲଢେଇ

ବିଜେଡି: ରଘୁନାଥ ଗମାଙ୍ଗ

କଂଗ୍ରେସ: ପୁରୁଷୋତମ ଗମାଙ୍ଗ

ବିଜେପି: ଶିଶିର ଗମାଙ୍ଗ

୨୦୧୯-ବିଜେଡି: ରଘୁନାଥ ଗମାଙ୍ଗ

– ନୂଆ ଚେହେରା

– ଜିଲ୍ଲା ଯୋଗାଣ ଅଧିକାରୀ ଥିଲେ

– ସରକାରୀ ଚାକିରିରୁ ରାଜନୀତି

୨୦୧୯-କଂଗ୍ରେସ: ପୁରୁଷୋତମ ଗମାଙ୍ଗ

– ୨୦୧୪ରେ କମ୍ ଭୋଟ୍ରେ ହାରିଥିଲେ

– ବ୍ଲକ୍ ଚେୟାରମ୍ୟାନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ

– ଦ୍ୱିତୀୟଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

୨୦୧୯-ବିଜେପି: ଶିଶିର ଗମାଙ୍ଗ

– ୨୦୦୯ରେ ପରାଜିତ ହୋଇଥିଲେ

– କଂଗ୍ରେସରୁ ବିଜେପିରେ ସାମିଲ ହୋଇଛନ୍ତି

– ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ

ମୈଦାନରେ ମହିଳା ପ୍ରାର୍ଥୀ

– ମହିଳା ପ୍ରାର୍ଥୀ ନାହାଁନ୍ତି

ମୁହାଁମୁହିଁ ପ୍ରାର୍ଥୀ

– ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ନୂଆ ଚେହେରା

– ସରକାରୀ ଚାକିରିରୁ ରାଜନୀତିକୁ ଆସିଛନ୍ତି

– କଂଗ୍ରେସ ପ୍ରାର୍ଥୀ ପୁରୁଷୋତମ ଗମାଙ୍ଗ ୨୦୧୪ରେ ହାରିଥିଲେ

– ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଭାବେ ହାରିଥିଲେ, ପ୍ରଥମଥର ପାଇଁ ବିଜେପିରୁ ଲଢୁଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଗୁଣୁପୁର, ରାମନାଗୁଡା, ପଦ୍ମପୁର, ଚନ୍ଦ୍ରପୁର ଏବଂ ଗୁଡାରି ବ୍ଳକ୍କୁ ନେଇ ଗୁଣପୁର ନିର୍ବାଚନ ମଣ୍ଡଳୀ ଗଠିତ ।

ଗୁଣୁପୁର ବିଧାନସଭା ଆସନ

– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ

– ପୂର୍ବରୁ କଂଗ୍ରେସର ଗଡ ରହିଆସିଥିଲା ଗୁଣୁପୁର

– ୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲେ

– ୨୦୧୯ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ବଦଳିଛନ୍ତି

– ପୂର୍ବରୁ ଭାଗିରଥୀ ଗମାଙ୍ଗ ୭ଥର ବିଧାୟକ ରହିଛନ୍ତି

 

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୩ ହଜାର ୬୪୧

– ମତ ଦେଇଥିଲେ – ୧ ଲକ୍ଷ ୪୩ ହଜାର ୦୭୯

– ଭୋଟଦାନ ହାର – ୭୩.୮୯%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ତ୍ରିନାଥ ଗମାଙ୍ଗ ବିଜେଡି       ୫୯୫୨୭ ୪୧.୬୦% ବିଜୟୀ

ପୁରୁଷୋତମ ଗମାଙ୍ଗ କଂଗ୍ରେସ ୫୨୧୪୧ ୩୬.୪୪% ପରାସ୍ତ

ରାମମୂର୍ତି ଗମାଙ୍ଗ ବିଜେପି ୧୫୫୯୬ ୧୦.୯୦% ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ତ୍ରିନାଥ ଗମାଙ୍ଗ

ଦଳ – ବିଜେଡି

ଭୋଟ –  ୫୯୫୨୭

ପ୍ରତିଶତ – ୪୧.୬୦%

ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ରାମମୂର୍ତି ଗମାଙ୍ଗ

ଦଳ – ବିଜେପି

ଭୋଟ – ୧୫୫୯୬

ପ୍ରତିଶତ – ୧୦.୯୦%

ଫଳାଫଳ – ପରାସ୍ତ

 

କଂଗ୍ରେସର ପ୍ରଦର୍ଶନ (୨୦୧୪)

ପ୍ରାର୍ଥୀ – ପୁରୁଷୋତମ ଗମାଙ୍ଗ

ଦଳ – କଂଗ୍ରେସ

ଭୋଟ – ୫୨୧୪୧

ପ୍ରତିଶତ – ୩୬.୪୪%

ଫଳାଫଳ – ପରାସ୍ତ

 

କିଏ ମାରିଥିଲା ବାଜି?

– ବିଜେଡିର ତ୍ରିନାଥ ଗମାଙ୍ଗ ଜିତିଥିଲେ

– ୫୯ ହଜାର ୫୨୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

– କଂଗ୍ରେସ ପ୍ରାର୍ଥୀ ପୁରୁଷୋତମ ଗମାଙ୍ଗଙ୍କୁ ପରାସ୍ତ କରିଥିଲେ

– ୭ ହଜାର ୩୮୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

– ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ

– ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ

– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୮ ହଜାର ୬୮୦

– ମତ ଦେଇଥିଲେ – ୧ ଲକ୍ଷ ୭ ହଜାର ୯୩୪

– ଭୋଟଦାନ ହାର – ୬୦.୯୧%

୨୦୦୯ର ଫଳାଫଳ

ପ୍ରାର୍ଥୀ                          ଦଳ              ଭୋଟ ପ୍ରତିଶତ             ଫଳାଫଳ

ରାମମୂର୍ତି ମୁତିକା            ବିଜେଡି           ୪୧୬୮୭ ୩୮.୬୨%      ବିଜୟୀ

ଶିଶିର କୁମାର ଗମାଙ୍ଗ     କଂଗ୍ରେସ          ୨୨୯୩୮ ୨୧.୨୫%        ପରାସ୍ତ

ଅଶ୍ୱୀନ ଗମାଙ୍ଗ              ବିଜେପି           ୧୨୪୪୧ ୧୧.୫୩%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ରାମମୂର୍ତି ମୁତିକା

ଦଳ – ବିଜେଡି

ଭୋଟ –  ୪୧୬୮୭

ପ୍ରତିଶତ – ୩୮.୬୨%

ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଅଶ୍ୱୀନ ଗମାଙ୍ଗ

ଦଳ – ବିଜେପି

ଭୋଟ – ୧୨୪୪୧

ପ୍ରତିଶତ – ୧୧.୫୩%

ଫଳାଫଳ – ପରାସ୍ତ

 

କଂଗ୍ରେସର ପ୍ରଦର୍ଶନ (୨୦୦୯)

ପ୍ରାର୍ଥୀ – ଶିଶିର କୁମାର ଗମାଙ୍ଗ

ଦଳ – କଂଗ୍ରେସ

ଭୋଟ – ୨୨୯୩୮

ପ୍ରତିଶତ – ୨୧.୨୫%

ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ରାମମୂର୍ତି ମୁତିକା ବିଜୟୀ ହୋଇଥିଲେ

– ୪୧ ହଜାର ୬୮୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

– କଂଗ୍ରେସ ପ୍ରାର୍ଥୀ ଶିଶିର କୁମାର ଗମାଙ୍ଗଙ୍କୁ ପରାସ୍ତ କରିଥିଲେ

– ୧୮ ହଜାର ୭୪୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ

– ସିପିଆଇ ପ୍ରାର୍ଥୀ ତ୍ରିପତି ଗମାଙ୍ଗ ୧୨୮୯୦ ଖଣ୍ଡ ଭୋଟ୍ ପାଇ ତୃତୀୟରେ ରହିଥିଲେ ।

– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪

– ୨୦୧୪ରେ ତିନି ଦଳର ପ୍ରାର୍ଥୀ ବଦଳିଥିଲେ

– ରାମମୂର୍ତି ମୁତିକାଙ୍କ ବଦଳରେ ତ୍ରିନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି

– ଅଶ୍ୱୀନ ଗମାଙ୍ଗଙ୍କ ସ୍ଥାନରେ ରାମମୂର୍ତି ଗମାଙ୍ଗ ବିଜେପି ପ୍ରାର୍ଥୀ ହୋଇଥିଲେ

– କଂଗ୍ରସ, ଶିଶିର ଗମାଙ୍ଗଙ୍କ ବଦଳରେ ପୁରୁଷୋତମ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଥିଲା