ଓଡିଶାରେ ବିରଳ ! ଗୁଣୁପୁର ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ

31

କନକ ବ୍ୟୁରୋ : ଗୁଣୁପୁର ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଆଜି ଏଭଳି ବିରଳ ରାୟ ଦେଇଛନ୍ତି ଗୁଣପୁର ଏଡିଜେ କୋର୍ଟ । ୧୭ ସେପ୍ଟେମ୍ବର ୨୦୧୬ରେ ପୁଟାସିଂ ଥାନା କିପୁମ ଗାଁର ଟ୍ରିପିଲ୍ ମର୍ଡର ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି କୋର୍ଟ ।

ଗୁଣିଆ ସନ୍ଦେହରେ ଗୋଟିଏ ପରିବାରର ୩ ଜଣଂକୁ ହତ୍ୟା କରିଥିଲେ ସେହି ଗାଁର କିଛି ଲୋକ । ଗୋଟିଏ ପରିବାରର ବାପା, ମା’ ଓ ଝିଅକୁ ବିଷ ଇଂଜେଂକସନ୍ ଦେଇ ଅତି ନୃଶଂସ ଭାବେ ପିଟି ପିଟି ମାରିଥିଲେ ଦୁର୍ବତ । ତାପରେ ସେମାନଂକୁ ପୋତି ଦେଇଥିଲେ । ଏପରିକି ପ୍ରମାଣ ନଷ୍ଟ କରିବାକୁ ମୃତ ଦେହ ବାହାର କରି ପୋଡ଼ି ଦେଇଥିଲେ ଅଭିଯୁକ୍ତ । ଏହି ମାମଲାକୁ ବିରଳରୁ ବିରଳ ତମ ମାମଲା ଭାବେ ବିଚାର କରି ଏହି କଠୋର ଦଣ୍ଡବିଧାନ କରିଛନ୍ତି ।