ସ୍କୁଲ ବସରେ ପଶି ବନ୍ଧୁକ ଦେଖାଇ ୨ ଯାଆଁଳା ଶିଶୁଙ୍କୁ ଅପହରଣ : ସିସିଟିଭରେ କଏଦ ହେଲା ଦୁର୍ବୃତ୍ତଙ୍କ କାରନାମା

100

ମଧ୍ୟପ୍ରଦେଶରେ ଚାଂଚଲ୍ୟ । ସ୍କୁଲ ବସରୁ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ କିଡନାପ କଲେ ଦୁବୃର୍ତ୍ତ । ଏହି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶ ସତନା ନିକଟସ୍ଥ ଚିତ୍ରକୁଟ ଅଂଚଳରେ । ଏହି ଅପହରଣର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଭିଡିଓ ଏବେ ଭାଇରାଲ ହୋଇଛି । ଭିଡିଓଟିରେ ଦେଖିବାକୁ ମିଳିଛି ଚିତ୍ରକୂଟ ନିକଟରେ ସ୍କୁଲ ବସଟି ଫେରୁଥିବାବେଳେ ଅଚାନକ ଦୁଇ ଦୁବୃର୍ତ୍ତ ବାଇକରେ ଆସି ଗାଡିକୁ ଅଟକାଉଛନ୍ତି । ଆଉ ଡ୍ରାଇଭର ଜଣଙ୍କ କିଛି ବୁଝିବା ଆଗରୁ ବନ୍ଧୁକ ମୁନରେ ଦୁଇ କୁନି ଛାତ୍ରଙ୍କୁ ଉଠାଇ ନେଇଛନ୍ତି ।

ପୋଲିସର ସୂଚନା ଅନୁଯାୟୀ ଅପହୃତ ହୋଇଥିବା ଦୁଇ ଛାତ୍ର ଯାଆଁଳା ଭାଇ । ତାଙ୍କ ବାପା ବ୍ରଜେଶ ରାୱତ ଜଣେ ତେଲ ବ୍ୟବସାୟୀ । ପୀଡିତ ପରିବାରକୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଟଙ୍କା ପାଇଁ ଫୋନ୍ ଆସିନି । ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଯାଂଚ ପାଇଁ ଡକାଯାଇଛି । ଉତ୍ତର ପ୍ରଦେଶ ବର୍ଡର ଅଂଚଳକୁ ବନ୍ଦ କରି ବଡ ସ୍ତରରେ ଅଭିଯାନ ଆରମ୍ଭ କରିଦିଆଯାଇଛି । ବସରେ ଦୁର୍ବୃତ୍ତ ପ୍ରଥମେ କଣ୍ଡକ୍ଟରକୁ ମାରିଲେ, ପୁଣି ସେମାନଙ୍କ ମଧ୍ୟରୁ ଜଣେ ମହିଳା ଆଟେଣ୍ଡାଣ୍ଟଙ୍କ ମୁଣ୍ଡରେ ପିସ୍ତଲ ଦେଖାଇଥିଲେ, ଯେବେକି ଅନ୍ୟ ଜଣେ ଭିତରକୁ ଯାଇ ଯାଆଁଳା ଶିଶୁଙ୍କୁ ବଳପୂର୍ବକ ଉଠାଇନେଲେ । ସ୍କୁଲ କ୍ୟାମ୍ପସରେ ଲାଗିଥିବା ସିସିଟିଭି ସହାୟତାରେ ପୁଲିସ ବଦମାସଙ୍କ କାର୍ଯ୍ୟକଳାପକୁ ଦେଖୁଛି ।