ପଂଜାବର ନାଭା ଜେଲ୍ ଉପରେ ଆକ୍ରମଣ ! ୬ କଏଦୀଙ୍କୁ ଛଡାଇ ନେଲେ ଦୁର୍ବୃତ୍ତ

40

କନକ ବ୍ୟୁରୋ : ପଂଜାବର ନାଭା ଜେଲ୍ ଉପରେ ଆକ୍ରମଣ । ଆଜି ୧୦ ଜଣ ସଶସ୍ତ୍ର ଦୁର୍ବୃତ୍ତ ଜେଲ୍ ଉପରେ ଆକ୍ରମଣ କରିଛନ୍ତି । ଆକ୍ରମଣ କରି ୬ ଜଣ କଏଦୀଙ୍କୁ ଛଡାଇ ନେଇଛନ୍ତି ଦୁର୍ବୃତ୍ତ । ଫେରାର କଏଦୀଙ୍କ ମଧ୍ୟରେ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ୪ ଜଣ ଗ୍ୟାଙ୍ଗଷ୍ଟର ଅଛନ୍ତି । ଫେରାର ଖଲିସ୍ତାନୀ ଆତଙ୍କବାଦୀର ନାଁ ହରମିନ୍ଦର ସିଂହ ମିଂଟୁ ।

ଜେଲରୁ ଫେରାର ହୋଇଥିବା ଅନ୍ୟ ୪ ଜଣ ହେଲେ ଗୁରପ୍ରୀତ ସିଂହ, ବିକି ଗୋନ୍ଦ୍ରା, ନୀତୀନ ଦେଓଲ ଓ ବିକ୍ରମଜିତ୍ ସିଂହ । ସଶସ୍ତ୍ର ଦୁର୍ବୃତ ମାନେ ପୋଲିସ ପୋଷାକରେ ଆସି ଜେଲ ଉପରେ ଆକ୍ରମଣ କରିଥିଲେ । ସେମାନେ ଜେଲ୍ ଉପରକୁ ପ୍ରାୟ ୧୦୦ ରାଉଣ୍ଡ ଗୁଳିମାଡ କରିଥିଲେ । ପରେ ପୋଲିସ ପହଂଚି ଘଟଣାସ୍ଥଳକୁ ଘେରାଉ କରିଛି ।

ଫେରାର ଅପରାଧୀମାନଙ୍କୁ ଖୋଜିବା ସହ ଘଟଣାର ତଦନ୍ତ ଜାରି ରହିଛି । ତେବେ ଏହି ଘଟଣା ପାଇଁ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଜେଲର ଡିିଜି ଓ ସୁପରିଟେଂଣ୍ଡଟଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦେଇଛନ୍ତି ।