ଚୋରି ହୋଇଗଲା ଭକ୍ତଙ୍କ ଦାନ : ଗୁଣ୍ଡିଚା ମନ୍ଦିରରୁ ହୁଣ୍ଡି ଚୋରି କରିନେଲେ ଦୁର୍ବୃତ୍ତ

44

କନକ ବ୍ୟୁରୋ : ଶ୍ରୀଜିଉଙ୍କ ହୁଣ୍ଡିରୁ ଚୋରି । ତାହା ପୁଣି କଡ଼ା ପୁଲିସ ପହରା ଭିତରେ । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ଗରୁଡ଼ ସ୍ତମ୍ଭ ନିକଟ ହୁଣ୍ଡିରୁ ହୋଇଛି ଚୋରି । ଗୁଣ୍ଡିଚା ଘରୁ ତିନି ଠାକୁର ବାହୁଡିବାର ଠିକ୍ ଗୋଟିଏ ଦିନ ପରେ ଘଟିଛି ଏଭଳି ଏକ ଘଟଣା । ଆସ୍ଥା ଓ ବିଶ୍ୱାସର ଏହି ଦାନ ବକ୍ସରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ ।

ଦୁର୍ବୃତ୍ତଙ୍କ ଲୋଲୁପ ଆଖିରୁ ବର୍ତ୍ତିପାରିନି ବଡ଼ ଠାକୁରଙ୍କ ଦାନ ବକ୍ସ । ପୁଲିସର କଡ଼ା ପହରା ଭିତରେ ଗୁଣ୍ଡିଚା ମନ୍ଦିର ପରିସରରୁ ଗାୟବ୍ ହୋଇଯାଇଛି ଦାନ ଟଙ୍କା । ଆସ୍ତା ଓ ବିଶ୍ୱାସର ଏହି ଦାନ ବକ୍ସରେ କଳାକନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ଗୁଣ୍ଡିଚା ମନ୍ଦିରରେ ଥିଲା କଡ଼ା ପୁଲିସ ପହରା । କାହିଁକି ନା’ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିଲେ ବଡ ଠାକୁର । ଜନ୍ମବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସିଥିଲେ ହଜାର ହଜାର ଭକ୍ତ । ସେହି ଅନୁସାରେ ଦାନ ବକ୍ସରେ ମୁକ୍ତହସ୍ତରେ ଦାନ କରିଥିଲେ ଶ୍ରଦ୍ଧାଳୁ । ଯାହା ଉପରେ ନଜର ଥିଲା ଏହି ଦୁର୍ବୃତ୍ତଙ୍କର । ଆଉ ଠିକ୍ ଠାକୁର ବାହୁଡ଼ିବାର ପରେ ପରେ ହିଁ ଦାନ ବକ୍ସରୁ ଗାୟବ ହୋଇଗଲା ଟଙ୍କା ।

ଆଉ ସେଇଥିପାଇଁ ହୁଏତ ଏହା ଉପରେ ନଜର ରଖିଥାଇପାରନ୍ତି ଦୁର୍ବୃତ୍ତ । ସିସିଟିଭି ଲାଗିନଥିବାରୁ ଏବେ ଦୁର୍ବୃତ୍ତଙ୍କୁ ଧରିବା, ବର୍ତ୍ତମାନ ପୁଲିସ ଓ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ । ଏବେ ଶ୍ରୀମନ୍ଦିର ପ୍ରଶାସକ କହୁଛନ୍ତି-ସିସିଟିଭି ଲଗାଯିବା ନେଇ ଆଲୋଚନା କରାଯିବ । ଏବେ ପ୍ରଶ୍ନ ଉଠୁଛି , ଦାନ ବାକ୍ସ ଚୋରି, ସାଧାରଣ ଭକ୍ତଙ୍କୁ କି ବାର୍ତ୍ତା ଦେବ ? ଅପାତ୍ରରେ ପଡ଼ିଲା କି ଭକ୍ତଙ୍କ ଦାନ ? ହୁଣ୍ଡିର ସୁରକ୍ଷାକୁ କାହିଁକି ଗମ୍ଭୀରତାର ସହ ନେଲା ନାହିଁ ପ୍ରଶାସନ ?

ଦେଖନ୍ତୁ ଏହି ଭିଡ଼ିଓ –