ଜମ୍ମୁ-କାଶ୍ମୀର : ଅନନ୍ତନାଗରେ ଦୁଇ ଆତଙ୍କବାଦୀ ସଂଗଠନ ମଧ୍ୟରେ ମରଣାନ୍ତକ ସଂଘର୍ଷ ! ଜଣେ ଆତଙ୍କବାଦୀ ନିହତ ।

170

ଆତଙ୍କବାଦୀଙ୍କୁ ଦେଶରୁ ମୁଳପୋଛ କରିବା ପାଇଁ ଅପରେସନ୍ ଅଲ୍ ଆଉଟ୍ ରେ ଜମ୍ମୁ-କାଶ୍ମୀରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୁରକ୍ଷାବଳ ପ୍ରତିଦିନ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କରି ପଲଟା ଯବାବ୍ ଦେଉଛନ୍ତି । ଚଳିତବର୍ଷ ଜାନୁଆରୀରୁ ମଇ ପର୍ଯ୍ୟନ୍ତ ୫ ମାସରେ ଶହେରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଗଡାଇଛି ଭାରତୀୟ ସେନା । ଅନ୍ୟପକ୍ଷରେ ସୁରକ୍ଷାବଳଙ୍କ ଏଭଳି ପ୍ରତିକ୍ରିୟାରେ ଆତଙ୍କବାଦୀ ନିଜ ନିଜ ଭିତରେ ଲଢେଇ କରି ହିଁ ମରୁଛନ୍ତି । ଜମ୍ମୁ-କାଶ୍ମୀରର ଅନନ୍ତନାଗରୁ ଆସିଥିବା ଏକ ଖବର ଏହାର ସତ୍ୟତା ଦର୍ଶାଉଛି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ଦୁଇ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଠାରେ କୌଣସି କାରଣକୁ ନେଇ ହିଜବୁଲ୍ ମୁଜାହିଦ୍ଧିନ୍ ଏବଂ ଇସଲାମିକ୍ ଷ୍ଟେଟ୍ ଅଫ୍ ଜମ୍ମୁ –କାଶ୍ମୀରର ଆତଙ୍କବାଦୀ ନିଜ ଭିତରେ ମାରପିଟ୍ ହୋଇଥିଲେ । ଦୁଇ ସଂଗଠନ ଭିତରେ ଗୁଳିବର୍ଷଣ ମଧ୍ୟ ହୋଇଥିଲା ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ମଧ୍ୟ ହୋଇଯାଇଛି ।