ହଠାତ ଝିଅ ହାତରୁ ବାହାରିଲା ରକ୍ତ । ବାପା-ମାଆ ହୋଇଗଲେ ଚକିତ । କାରଣ ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

60

ଏମିତି ବି ବିପଦ ଆସେ । ଯାହା ଆପଣ କେବେ ବି ଭାବିନଥିବେ । ସେହି ଦୁର୍ଦ୍ଦଶା କେବଳ ଆପଣଙ୍କର ନୁହେଁ, ପରିବାର ଲୋକଙ୍କ ଚିନ୍ତା ବଢାଇପାରେ । ସେହିଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି ।

ହଠାତ ଝିଅର ହାତରୁ ରକ୍ତ ବାହାରିଥିଲା । କେହି କିଛି ବୁଝିପାରିଲେ ନାହିଁ । ଡାକ୍ତର ଯେତେବେଳେ ଏକ୍ସ-ରେ କଲେ ଏଭଳି ତଥ୍ୟ ଜାଣିବାକୁ ପାଇଲେ, ଯାହାକୁ ଦେଖି ବାପା-ମଆଙ୍କ ବେହୋସ ହୋଇଯାଇଥିଲେ । ଆପଣ ବି ତାଜୁବ ହୋଇଯିବେ ।

ପଂଜାବ ଲୁଧିଆନା ରଣଜି ପାର୍କ ଅଂଚଳର ଘଟଣା । ଝିଅଟି ତାଙ୍କ ମାଆଙ୍କ ସହ ଛାତ ଉପରେ ଠିଆହୋଇଥିଲେ । ହଠାତ ରକ୍ତ ବୋହିବା ଆରମ୍ଭ ହୋଇଯାଇଥିଲା ।କାରଣ କଣ ଜାଣିବା ପୂର୍ବରୁ ମାଆ-ଝିଅ ପାଟି ଶୁଣି ପରିବାର ଲୋକ ଡାକ୍ତରଙ୍କ ପାଖକୁ ନେଇଥିଲେ ।

ଡାକ୍ତର ଏକ୍ସ-ରେ କରିବା ପରେ ଜାଣିବାକୁ ପାଇଲେ ଆଙ୍ଗୁଳିରେ ଗୁଳି ଥିବା ଦେଖିବାକୁ ପାଇଲେ । ବାପା-ମା କିଛି ବି ବୁଝିପାରିନଥିଲେ ।ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ପିତାମାତା ଭାବିଥିଲେ ଝିଅ ହାତରେ ବାଣ ଫୁଟିଯାଇଥିବ କିନ୍ତୁ ଗୁଳି ଦେଖି ସେମାନେ ବି ଏହାକୁ ସତ ବୋଲି ମାନିନେଇଥିଲେ । ଏହି ମାମଲା ଥାନାରେ ପହଂଚିଥିଲା । ଇନସପେକ୍ଟର ହରଜିନ୍ଦର ସିଂ ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ । ତାରକେଶ୍ୱର ନାଥ କହିଲେ ତାଙ୍କ ଝିଅ ଛାତ ଉପରେ ଗୁଡି ଉଡାଉଥିଲେ । କିଛି ଲୋକ ଘର ନିକଟରେ ବାଣ ଫୁଟାଉଥିଲେ ।

କିଛି ଲୋକ ବି ଉପରକୁ ବି ନିଆଁ ଫିଙ୍ଗୁଥିଲେ କିନ୍ତୁ ସେମାନେଙ୍କୁ ଜଣାନଥିଲା ଛାତ ଉପରେ ଥିବା ଝିଅ ଏମିତି ଦୁର୍ଦ୍ଦଶା ଭୋଗିବ । ଝିଅର ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । କେଉଁମାନେ ନିଆଁ ଫିଙ୍ଗୁଥିଲେ ପୋଲିସ ତାକୁ ଧରିବା ପାଇଁ ଉଦ୍ୟମ କରୁଛି ।