ଆସିଲା ଗୁମୁଡୁମାହା ଗୁଳିକାଣ୍ଡ ମାମଲାର ତଦନ୍ତ ରିପୋର୍ଟ ! ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କଲେ ତଦନ୍ତ କମିଶନ

47

କନକ ବ୍ୟୁରୋ : କନ୍ଧମାଳ ଗୁମୁଡୁମାହା କମିସନ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି । ଗୁମୁଡୁମାହ କମିଶନ ଜ୍ୟାନମ ମହମ୍ମଦ ଆଜମଲ ଗୃହ ବିଭାଗ ପାଖରେ ୧୦୪ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ ରହିଛି ୨୦ଟି ସରକାରୀ ଓ ବେସରକାରୀ ସତ୍ୟପାଠ । ୨୦୧୬ ଜୁଲାଇ ୮ରେ ଗୁମୁଡୁମାହ ଗୁଳିକାଣ୍ଡ ଘଟିଥିଲା । ଯବାନଙ୍କ ଗୁଳି ମାଡରେ ପ୍ରାଣ ହରାଇଥିଲେ ୬ ଜଣ ନୀରିହ ଆଦିବାସୀ । ଏହା ଫେକ ଏନକାଉଂଟର ବୋଲି ଅଭିଯୋଗ ହେବା ପରେ ତଦନ୍ତ ପାଇଁ କମିସନ ଗଠନ କରିଥିଲେ ରାଜ୍ୟ ସରକାର । ତେବେ ରିପୋର୍ଟ ପ୍ରସ୍ତତ ପାଇଁ କମିସନଙ୍କୁ ୧୦ ମାସ ସମୟ ଲାଗିଥିଲା ।

ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ୯ ତାରିଖରେ କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ ମାଲାପାଙ୍ଗା ଜଙ୍ଗଲ ନିକଟସ୍ଥ ଗୁମୁଡ଼ୁମାହା ନିକଟରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ସମୟରେ ଅଟୋରେ ଯାଉଥିବା ୬ ଜଣ ନିରିହ ଲୋକଙ୍କର ମୃତ୍ୟୁ ଘଟିଥିଲା। ଅଟୋରେ ବାଲିଗୁଡ଼ାରୁ ଗୁମୁଡ଼ାମାହା ଯାଉଥିବା ବେଳେ ପୁଲିସ- ମାଓବାଦୀ ଗୁଳ ବିମିନିମୟରେ ଫସି ଯାଇଥିଲେ ନୀରିହ ଆଦିବାସୀ ।