ଗୁମୁଡୁମାହା ଏନକାଉଂଟର ପରେ ଚେତିଲା ପ୍ରଶାସନ : କନ୍ଧମାଳ ଜିଲ୍ଳାକୁ ଦୁଇ ଦିନିଆ ଗସ୍ତରେ ୪ ସଚିବ

23

କନ୍ଧମାଳ : ଗୁମୁଡୁମାହା ଏନକାଉଂଟର ପରେ ଚେତିଲା ପ୍ରଶାସନ । କନ୍ଧମାଳ ଜିଲ୍ଳାକୁ ଦୁଇ ଦିନିଆ ଗସ୍ତରେ ୪ ସଚିବ । ବାଲିଗୁଡାରେ ୪ ଜଣ ସଚିବ ପହଚିଂଛନ୍ତି । ଗ୍ରାମ୍ୟ ଉନ୍ନୟନ୍ନ ସଚିବ ମଧୁସୂଦନ ପାଢୀ, ଶକ୍ତି ସଚିବ ରାଜେଶ ବର୍ମା, ସ୍ୱାସ୍ଥ୍ୟ ବିଭାଗ ସଚିବ ଆରତୀ ଆହୁଜା, ପୂର୍ତ ସଚିବ ନଳୀନକାନ୍ତ ପ୍ରଧାନ ବାଲିଗୁଡାରେ ପହଚିଂଛନ୍ତି । ବାଲିଗୁଡାରେ ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ , ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ବିଦ୍ୟୁତକରଣ ବ୍ୟବସ୍ଥା ଉପରେ ସମୀକ୍ଷା କରିବେ । ଜିଲ୍ଳାରେ କେଉଁ ଗାଁରେ ପରିସ୍ଥିତି କଣ ରହିଛି ସେ ସମସ୍ତ ବିଷୟରେ ଆଲୋଚନା ହେବ । କେଉଁ ପ୍ରକଳ୍ପ କେଉଁଠି ଅଟକିଛି ଓ ଏହାର ସମାଧାନ ବାଟ ଖୋଜାଯାଇ ତୁରନ୍ତ ପଦକ୍ଷେପ ନିଆଯିବ ।

ନ୍ୟୁଜ୍ ସହ ଦେଖନ୍ତୁ ଏହି ଭିଡିଓ –