୨୯ ବର୍ଷ ପରେ ରିଲିଜ୍ ହେବ ଗୁଲଜାରଙ୍କ ସିନେମା ‘ଲିବାସ୍’ !

37

ଲୋକପ୍ରିୟ ଲେଖକ ତଥା ଗୀତକାର ଗୁଲଜାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦୀର୍ଘ ୨୯ ହେବ ରିଲିଜ୍ ଅପେକ୍ଷାରେ ଥିବା ଗୁଲଜାରଙ୍କ ସିନେମା ‘ଲିବାସ୍’ ଚଳିତ ବର୍ଷ ରିଲିଜ୍ ହେବ । ସିନେମାଟି ନିଜର କିଛି ବିବାଦୀୟ କାରଣ ପାଇଁ ରିଲିଜ୍ ହୋଇପାରିନଥିଲା । ତେବେ ୨୨ ବର୍ଷ ପରେ ଗୋଆରେ ହୋଇଥିବା ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆରେ ରିଲିଜ୍ କରାଯାଇଥିଲା ।

ସିନେମାର କାହାଣୀ ଜଣେ ମଞ୍ଚ ନିର୍ଦ୍ଦେଶକ ଏବଂ ତାଙ୍କ ପତ୍ନୀଙ୍କ ଉପରେ ଆଧାରିତ । ଆର୍‌ ଡି ବର୍ମନ୍‌ ହେଉଛନ୍ତି ‘ଲିବାସ୍’ର ସଙ୍ଗୀତକାର । ସିନେମାରେ ନାସିରୁଦ୍ଦିନ୍ ଶାହା ଏବଂ ଶବାନ ଆଜମୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେମାନଙ୍କ ବ୍ୟତୀତ ସିନେମାରେ ରାଜ୍ ବବ୍ୱର୍ , ଉତ୍ପଲ୍ ଦତ୍ତ, ଅନୁ କପୁର୍ , ସବିତା ବଜାଜ୍ ଏବଂ ସୁରମା ସେଠ୍ ମଧ୍ୟ ଅଛନ୍ତି ।