ଆଗାମୀ ବଲିଉଡ୍ ଫିଲ୍ମ ‘ଗଲି ବୟ’ ର ପୋଷ୍ଟର ରିଲିଜ୍ : ଭ୍ୟାଲେଂଟାଇନ୍ ଡେ’ରେ ରିଲିଜ୍ ହେବ ଫିଲ୍ମ

85

୨୦୧୮ ଶେଷରେ ସିମ୍ବା ଜରିଆରେ ବକ୍ସଅଫିସରେ ରାଜ୍ କରିଥିବା ଅଭିନେତା ରଣବୀର ସିଂ ୨୦୧୯ ଆରମ୍ଭ କରିଛନ୍ତି ଆଉ ଏକ ସିନେମା ସହ । ରଣବୀର୍ ନିଜ ଆଗାମୀ ଫିଲ୍ମ ଗଲି ବୟର ପ୍ରଥମ ପୋଷ୍ଟର୍ ସେୟାର କରି ଦର୍ଶକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସିନେମାରେ ରଣବୀରଙ୍କୁ ପ୍ରଥମ ଥର ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । ସିନେମାଟି ଖୁବ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ।

ଆସିଲା ଗଲି ବୟର ପ୍ରଥମ ପୋଷ୍ଟର । ସ୍ଥାନ ପାଇଲା ଆଲିଆ ଓ ରଣବୀରଙ୍କ ଭିନ୍ନ ଅନ୍ଦାଜ । ୨୦୧୮ରେ ଦର୍ଶକଙ୍କୁ ପଦ୍ମାବତ୍ ଓ ସିମ୍ବା ଭଳି ସିନେମା ଭେଟି ଦେଇଥିବା ରଣବୀର୍ ୨୦୧୯ ଆରମ୍ଭ କରିଛନ୍ତି ଧମାକା ସହିତ । ନିଜ ଅପକମିଂ ସିନେମା ଗଲି ବୟର ପୋଷ୍ଟର୍ ଫ୍ୟାନମାନଙ୍କ ସହ ସେୟାର୍ କରି ନବ ବର୍ଷର ଶୁଭକାମନା ଜଣାଇଛନ୍ତି ରଣବୀର୍ । ପୋଷ୍ଟରରେ ଫିଲ୍ମର ଲିଡ୍ ରଣବୀର୍ ଓ ଆଲିଆଙ୍କ ବେଶ ଭିନ୍ନ ଲୁକ୍ ସ୍ଥାନ ପାଇଛି । ଗୋଟିଏ ବସରେ ବସି ଦୁହେଁ ଗୋଟିଏ ଇୟର୍ ଫୋନରେ ଶୁଣୁଥିବା ଦେଖିବାକୁ ମିଳିଛି ପୋଷ୍ଟରରେ । ନିର୍ଦ୍ଦେଶକ ଜୋୟା ଅଖତରଙ୍କ ଫିଲ୍ମ ଗଲି ବୟରେ ପ୍ରଥମ ଥର ପାଇଁ ପରଦାରେ ରୋମାନ୍ସ କରିବାରେ ନଜର ଆସିବେ ରଣବୀର୍ ଓ ଆଲିଆ । ପୋଷ୍ଟରରେ ସିନେମାର ରିଲିଜ୍ ତାରିଖ ବି ଘୋଷଣା ହୋଇଛି । ସିନେମାଟି ୧୪ ଫେବୃୟାରି ଭାଲେଂଟାଇନ୍ ଡେ ଅବସରରେ ପରଦାକୁ ଆସିବ ।