ଗୁଜରାଟ କାଲାବାଡରେ ଯାତ୍ରୀଙ୍କୁ ନେଇ ଗଲାବେଳେ ଚାଳକଙ୍କୁ ହୃଦଘାତ ! ସାହସର ସହ ରାସ୍ତାକଡକୁ ଓହ୍ଲାଇଲେ ଗାଡି

37

କନକ ବ୍ୟୁରୋ : ଗୁଜୁରାଟ ରାଜ୍ୟ ନିଗମର ଜଣେ ବସ ଡ୍ରାଇଭରଙ୍କୁ ନେଇ ଏବେ ଚର୍ଚା । ହୃଦଘାତ ହେବା ସତ୍ୱେ ସେ ଏକ ବଡଧରଣର ଦୁର୍ଘଟଣାରୁ ବସରେ ଥିବା ଯାତ୍ରୀମାନଙ୍କୁ ବଂଚାଇଦେଇଛନ୍ତି । ବସରେ ୭୦ ଜଣ ଯାତ୍ରୀ ଥିଲେ ଓ ବସଟି ୭୦ କିମି ବେଗରେ ଗତି କରୁଥିଲା । ହଠାତ୍ ବସର ଡ୍ରାଇଭରଙ୍କୁ ହୃତଘାତ ଆସିଥିଲା ।

ଯାହାଫଳରେ ଯାତ୍ରୀଙ୍କୁ ବଂଚାଇବା ପାଇଁ ଡ୍ରାଇଭର ୟୁସୁଫ ରାଠୋଡ ବସଟିକୁ ରାସ୍ତା କଡକୁ ଓହ୍ଲାଇ ଦେଇଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ୭୦ ଜଣ ଯାତ୍ରୀଙ୍କ ଜୀବନ ବଂଚାଇପାରିଛନ୍ତି । ବସରେ ଥିବା ୭୦ ଜଣଙ୍କ ମଧ୍ୟରୁ କାହାକୁ ବି ଆଘାତ ଲାଗିନାହିଁ । ଯାତ୍ରୀମାନେ ଆମ୍ବୁଲାନ୍ସ ଡକାଇ ଡ୍ରାଇଭର ୟୁସୁଫଙ୍କୁ ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।