ଆଜି ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ! ନଭେମ୍ବର-ଡିସେମ୍ବରରେ ଭୋଟ୍ ସମ୍ଭାବନା

31

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ଗୁଜରାଟ ଗସ୍ତ ଶେଷ ହୋଇଛି । ତେଣୁ ଆଜି ଅପରାହ୍ନରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣାବେଳେ ନିର୍ବାଚନ କମିଶନ ଖୁବଶୀଘ୍ର ଗୁଜରାଟ ତାରିଖ ଘୋଷଣା ହୋଇପାରେ ବୋଲି କହିଥିଲେ । ହିମାଚଳ ପ୍ରଦେଶ ଓ ଗୁଜରାଟ ବିଧାନସଭା ନିର୍ବାଚନର ଗଣତି ୧୮ ଡିସେମ୍ବରରେ ହେବ । ତେଣୁ ଏହା ପୂର୍ବରୁ ଗୁଜରାଟରେ ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି ।

ହିମାଚଳ ପ୍ରଦେଶ ତାରିଖ ଘୋଷଣାବେଳେ ଗୁଜରାଟ ତାରିଖ ଘୋଷଣା ହୋଇନଥିଲା । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଗତକାଲି ଗୁଜରାଟ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ କମିଶନଙ୍କ ସପକ୍ଷରେ କହିଥିଲେ । ସେ କହିଥିଲେ , ମୋ ଗୁଜରାଟ ଗସ୍ତକୁ ବିରୋଧୀ ସହିପାରୁନାହାନ୍ତି । ଆଉ ମୋତେ ଆକ୍ରମଣ କରିନପାରି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରୁଛନ୍ତି । ହିମାଚଳ ବିଧାନସଭାର କାର୍ଯ୍ୟକାଳ ୭ ଜାନୁଆରୀରେ ସରୁଥିବାବେଳେ ଗୁଜରାଟ ବିଧାନସଭାର କାଯ ୍ର୍ୟକାଳ ଜାନୁଆରୀ ୨୨ରେ ସରୁଛି ।