ଭାରତୀୟ ବୈଜ୍ଞାନିକ କଲେ କମାଲ! ବିକଶିତ କଲେ ଚମତ୍କାର ଜଳ, ଥରେ ଧୋଇଲେ ୪୦ ଦିନ ସତେଜ ରହିବ ପନିପରିବା

47

କମାଲ କଲେ ଭାରତୀୟ ବୈଜ୍ଞାନିକ । ଏଣିକି ଆଉ ଏତେ ଶୀଘ୍ର ଖରାପ ହେବନି ଆପଣଙ୍କ ପନିପରିବା । ବାସ ପନିପରିବାକୁ ଥରେ ଧୋଇଲେ ୪୦ ଦିନ ଯାଏଁ ସତେଜ ରହିବ । ଏଥିପାଇଁ କୌଣସି କେମିକାଲ କିମ୍ବା ରାସାୟନିକ ପଦାର୍ଥର ବ୍ୟବହାର କରିବାକୁ ପଡ଼ିବନି । କେବଳ ବୈଜ୍ଞାନିକ ମାନେ ବିକଶିତ କରିଥିବା ଚମତ୍କାର ଜଳକୁ ବ୍ୟବହାର କରିବାକୁ ପଡ଼ିବ । ଗୁଜରାଟର ଇନଷ୍ଟିଚ୍ୟୁଟ ଫର ପ୍ଲାଜାମା ରିସର୍ଚ୍ଚର ବୈଜ୍ଞାନିକ ମାନେ ଏଭଳି ଚମତ୍କାର ଜଳ ପ୍ରସ୍ତୁତ କରିଛନ୍ତି ଯାହା ଇ-କୋଲି, ବ୍ୟାକ୍ଟେରିଆ ଓ ଅନ୍ୟାନ୍ୟ ଭୂତାଣୁକୁ ନଷ୍ଟ କରିପାରିବ । ପନିପରିବା ଯଥା ଟମାଟୋ ଓ ଆଳୁକୁ ଥରେ ଏହି ପାଣିରେ ଧୋଇଲେ ଏହା ୪୦ ଦିନ ପର୍ଯ୍ୟନ୍ତ ସତେଜ ରହିବ ।

ଆଇପିଆର ବୈଜ୍ଞାନିକ ସାଧାରଣ ପାଣିକୁ ନନ ଥର୍ମାଲ ପ୍ଲାଣ୍ଟରେ ଟ୍ରିଟ କରି ପ୍ଲାଜାମା ଆକ୍ଟିଭେଟେଡ଼ ୱାଟର ବା ଚମତ୍କାର ଜଳ ବିକଶିତ କରିଛନ୍ତି । ଏହାକୁ ଏବେ ପରୀକ୍ଷଣ କରାଯାଇଛି । ଏହି ଜଳକୁ ସିଞ୍ଚନ କରିବାର ମାତ୍ର କିଛି କ୍ଷଣ ମଧ୍ୟରେ ଏହା ପନିପରିବାରୁ ଇ-କୋଲି, ବ୍ୟାକ୍ଟେରିଆ ଓ ଭୂତାଣୁକୁ ନଷ୍ଟ କରିଥାଏ । ଏହି ପରୀକ୍ଷଣ ସଫଳ ହେଲେ ଏହା ଚାଷୀ ଓ ଗୃହଣୀ ମାନଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ ।