ଭାଇ ଭୁଲିଗଲା ଭଉଣୀ ପ୍ରେମ ! ପ୍ରେମ ବିବାହ କରିବାରୁ ଭଉଣୀ,ଭେଣୋଇକୁ ଜିଅନ୍ତା କାଟିଲା ଭାଇ ।

102

ଗୁଜୁରାଟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ସର୍ବସମ୍ମୁଖରେ ନବଦମ୍ପତୀଙ୍କୁ ଅତି ନିର୍ମମତାର ସହ ଦତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ମହିଳାଙ୍କ ଭାଇଙ୍କୁ ପୋଲିସ୍ ଗିରଫ କରିସାରିଛି । ଡବଲ ମର୍ଡରର ଏହି ହତ୍ୟାକାଣ୍ଡ ସାଣନ୍ଦ ସହରର ବସ୍ ଷ୍ଟାଣ୍ଡରେ ଘଟିଛି । ବୁଧବାର ସନ୍ଧ୍ୟା ସମୟରେ ଅଭିଯୁକ୍ତ ଭାଇ ନିଜ ଭେଣୋଇ ଏବଂ ଭଉଣୀକୁ ଅତି ନିର୍ମମ ଭାବରେ ଜିଅନ୍ତା କାଟି ଦେଇଥିଲେ ।

ଘଟଣାଟି ହେଉଛି କିଛି ଏଭଳି,ଘରଲୋକ ପ୍ରେମବିବାହ କରିଥିବା ଝିଅ ତରୁଣା ଉପରେ ରାଗିଥିଲେ । ଝିଅ ନିଜ ସ୍ୱାମୀ ବିଶାଲ ପରମାର୍ ସହ ସହରର ଦଳିତ ବାସରେ ରହୁଥିବା ବେଳେ ବାପଘର ଲୋକ ଉଚ୍ଚଜାତିର ଥିଲେ । ଏହି ବିବାହରେ ବରପକ୍ଷରୁ ସହମତି ମିଳିଥିଲେ ମଧ୍ୟ କନ୍ୟାପକ୍ଷ ଏହି ବିବାହରେ ରାଜି ନଥିଲେ । ଉକ୍ତ ଦିନ କନ୍ୟାର ଭାଇ ତରୁଣାଙ୍କ ଘରକୁ ଯାଇଥିଲେ । ତେବେ କେହି କିଛି ବୁଝିବା ପୂର୍ବରୁ ତରୁଣାକୁ ଭାଇ ଏକ ଧାର ଛୁରୀରେ ଜିଅନ୍ତା କାଟିଦେଲେ । ଏହା ଦେଖି ବିଶାଲ ଡରିଯାଇ ଜଣେ ପଡୋଶୀଙ୍କ ଘରେ ଲୁଚିଗଲେ । କିନ୍ତୁ ରକ୍ତ ଚାଉଳ ଚୋବାଉଥିବା କନ୍ୟାର ଭାଇ ବିଶାଲଙ୍କୁ ବାହାର କରି ତାଙ୍କୁ ମଧ୍ୟ ମାରି ଗଙ୍ଗାଇ ଦେଇଥିଲେ । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ସେଠାରୁ ଫେରାର୍ ହୋଇଯାଇଥିଲା । କିଛି ଦିନ ପରେ ପୋଲିସ୍ ଆଜି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।