କେନ୍ଦ୍ରମନ୍ତ୍ରୀ ଗଣପତଙ୍କ ବିବାଦୀୟ ବୟାନ୍ ! ରାହୁଲଙ୍କୁ କୁକୁର ଛୁଆ ସହ କଲେ ତୁଳନା, ମୋଦିଙ୍କୁ କହିଲେ ସିଂହ ।

124

କନକ ବ୍ୟୁରୋ : ଲୋକସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ସରିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜନେତା । ନିର୍ବାଚନକୁ ଆଖି ଆଗରେ ରଖି କିଛି ଦିନ ତଳେ ଆରମ୍ଭ ହୋଇଥିବା ବୟାନବାଜି ଏବେ ଆହୁରି ତୀବ୍ର ହେଉଥିବା ଦେଖିବାକୁ ମିଳିଛି । ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ବୟାନବାଜି ଜାରି ରହିଥିବା ବେଳେ ଏବେ ବିଜେପିର କେନ୍ଦ୍ରମନ୍ତ୍ରୀ ଗଣପତ୍ ବସାବା ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ମୋଦୀଙ୍କୁ ସିଂହ ସହ ତୁଳନା କରିବା ସହ ରାହୁଲଙ୍କୁ କୁକୁର ଛୁଆ ସହ ତୁଳନା କରିଛନ୍ତି ଗଣପତ୍ ।

ଶନିବାର ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଠିଆ ହୁଅନ୍ତି ସେତେବେଳେ ଗୁଜୁରାଟର ସିଂହ ଠିଆ ହୋଇଥିବା ଭଳି ଦେଖାଯାଏ । କିନ୍ତୁ ଯେତେବେଳେ ରାହୁଲ ଠିଆ ହୁଅନ୍ତି, ସେତେବେଳେ ଏକ କୁକୁର ଛୁଆ ନିଜ ଲାଙ୍ଗୁଡ଼ ହଲାଉଥିବା ଭଳି ଦେଖାଯାଏ । କାରଣ ଯଦି ପାକିସ୍ତାନ ଗୋଟେ ରୁଟି ଦିଏ ତେବେ ରାହୁଲ ସେଠାକୁ ଲାଙ୍ଗୁଡ଼ ହଲାଇ ଚାଲିଯିବେ । ଯଦି ଚୀନ୍ ଗୋଟେ ରୁଟି ଦିଏ ରାହୁଲ ସେଠାକୁ ମଧ୍ୟ ଚାଲିଯିବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଗଣପତ୍ ବସାବା ।