ବନ୍ୟାରେ ବେହାଲ ଗୁଜୁରାଟ ! ପାଣି ଘେରରେ ହଜାର ହଜାର ଲୋକ,ଉଦ୍ଧାର କାର୍ଯ୍ୟ ଜୋରଦାର

27

କନକ ବ୍ୟୁରୋ : ବନ୍ୟାରେ ବେହାଲ ଗୁଜୁରାଟ । ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଗୁଜୁରାଟ ରାଜକୋଟ ଅଂଚଳରେ ବନ୍ୟା ପାଣି ଲହଡି ଭାଙ୍ଗୁଛି । ଫଳରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ପାଖାପାଖି ୭ ହଜାର ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ମୋରବି, ରାଜକୋଟ, ସୁରେନ୍ଦ୍ରନଗର, ବନାସକାଠା, ଆମରେଲି, କାଣ୍ଡଲାରେ ଅବସ୍ଥା ସଂଗୀନ ହୋଇପଡିଛି ।

ଲୋକମାନେ ଜଳବନ୍ଦୀ ହୋଇ ଅଛନ୍ତି । ଜଳବନ୍ଦୀ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ନିୟୋଜିତ ହୋଇଛନ୍ତି । ବର୍ତମାନ ସୁଦ୍ଧା ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବନ୍ୟା ବିପନ୍ନଙ୍କୁ ଉଦ୍ଧାର ପାଇଁ ସରକାରଙ୍କ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।