ମାଲାମାଲ୍ ହେବେ ଏହି ଚନ୍ଦନ ଚାଷୀ ! ୯ ବର୍ଷ ତଳେ ପରିଶ୍ରମ କରି ଲଗାଇଥିଲେ ୧୦୦୦ ଚନ୍ଦନ ଗଛ,ଏବେ ରୋଜଗାର କରିବେ ୩୦ କୋଟି ।

895

ଗୁଜୁରାଟର ଅନେକ ଚାଷୀ ଚନ୍ଦନ ଚାଷ କରିଥାନ୍ତି । ଚନ୍ଦନର ଚାହିଦା ୩୦୦ ପ୍ରତିଶତ ରହିଛି ଏବଂ ଦେଶରେ ମାତ୍ର ୩୦ ପ୍ରତିଶତ ଚନ୍ଦନ ଉତ୍ପାଦନ ହେଉଛି । ଚନ୍ଦନ ଗଛର ଚାଷ ୨୦୧୦ -୧୧ ରେ ଗୁଜୁରାଟର ଭରୁଚ ଜିଲ୍ଲାର ହାସୋଟ ଅଂଚଳରେ ଅଲକେଶ ଭାଇ ପଟେଲ ଲଗାଇଥିଲେ । ସ୍ଥାନୀୟ ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ବନବିଭାଗରୁ ଚନ୍ଦନ ଗଛ ମଗାଇ ଅଲକେଶ ଭାଇ ଙ୍କୁ ଚନ୍ଦନ ଚାଷ କରିବା ପାଇଁ ପ୍ରେରଣା ଦେଇଥିଲେ । ୯ ବର୍ଷ ତଳେ ଆରମ୍ଭ କରିଥିଲେ । ଧଳା ଚନ୍ଦନ ଗଛ ଆଜି ବଡ ବଡ ବୃକ୍ଷରେ ପରିଣତ ହୋଇଛି । ୨ ଏକର ଜମିରେ ସେ ଏକ ହଜାରରୁ ଅଧିକ ଗଛ ଲଗାଇଛନ୍ତିି । ଯାହା ଆଗାମୀ ସମୟରେ ତାଙ୍କୁ ୩୦ କୋଟି ଟଙ୍କା ଦେବ ।

ବର୍ଷ ୨୦୦୩ ରେ ଗୁଜୁରାଟରେ ମୋଦୀ ସରକାର ଦ୍ୱାରା ଏକ ନିଷ୍ପତ୍ତି ନିଆଯାଇଥିଲା ଯେ, ଚାଷୀ ଚନ୍ଦନ ଗଛ ଲଗାଇ ଟଙ୍କା ରୋଜଗାର କରିପାରିବେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତିକୁ ବିଧାନସଭାରେ ଆଇନରେ ପରିଣତ କରିଦେଇଥିଲେ । ମୋଦୀ ସରକାର ଚାଷୀଙ୍କୁ ସମୃଦ୍ଧ କରିବା ପାଇଁ ଏହି ପଦକ୍ଷେପ ନେଇଥିଲେ । ମୋଦୀଙ୍କ ସେଦିନର ଉଦ୍ୟମ ଆଜି କାଣ୍ଟାସାୟଣା ଗାଁର ଅଲକେଶ ଭାଇ ପଟେଲଙ୍କୁ ମିଳିଛି ।

ପ୍ରକଳ୍ପ ଆରମ୍ଭରେ ଅଲକେଶ ପଟେଲ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିଲେ । ମାଟିରେ ଅମ୍ଲ ଅଂଶ ଅଧିକ ଥିବାରୁ ସେ ସ୍ଥାନୀୟ ବିଧାୟକ ଏବଂ ମନ୍ତ୍ରୀ ଈଶ୍ୱରସିଂହ ପଟେଲଙ୍କୁ ଏ ବାବଦରେ ସୂଚନା ଦେଇଥିଲେ । ସେ ନଭସାରୀ କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କୁ ଡାକି ଜମିକୁ ପରୀକ୍ଷା କରାଇଥିଲେ । ଏହା ପରେ ସେ ୧୦୦୦ ଚନ୍ଦନ ଗଛ ଲଗାଇଥିଲେ । ଗଛକୁ ଶୁଖିଲା ମାଟି ଏବଂ ପଥରରେ ମଧ୍ୟ ବଢାଯାଇପାରିବ । ଚନ୍ଦନ ଗଛ କମ୍ ପାଣିରେ ମଧ୍ୟ ବଡ ହୋଇପାରିବ । ଅଲକେଶଙ୍କ ଚନ୍ଦନ ବଗିଚା ଦେଖି ଆଜି ରାଜ୍ୟ ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କାରଣ ଆଗାମୀ ୫/୬ ବର୍ଷ ପରେ ସେ ଗୋଟିଏ ଚନ୍ଦନ ଗଛକୁ ୩ ଲକ୍ଷ ଟଙ୍କା ବିକ୍ରି କରିବେ ଅର୍ଥାତ ସେ ୩୦ କୋଟି ଟଙ୍କା ରୋଜଗାର କରିବେ । ତେବେ ଚନ୍ଦନ ବ୍ୟତୀତ ସେ ପୋଷଣ ଦେଉଥିବା ଅନ୍ୟ ଗଛ ମଧ୍ୟ ଲଗାଇଛନ୍ତି ।