ଗୁଜରାଟରେ ନମୋଙ୍କ ଦବଦବା : ଗୃହରାଜ୍ୟରେ ପୁଣି ମୋଦି ଲେହେର୍, ବିଜେପିକୁ ୨୫ରୁ ୨୬ ସିଟ୍ ମିଳିବା ଆକଳନ 

88

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ସମ୍ପନ୍ନ ହୋଇସାରିଛି  । ୨୩ ମେ’ରେ ମହାଯୁଦ୍ଧର ଫଳାଫଳ ଆସିବା ପୂର୍ବରୁ ଆଜି ଆସିଛି ଟ୍ରେଲର୍ । ଆଜି ହୋଇଥିବା ଏଗଜିଟ୍ ପୋଲରେ ଫଳାଫଳ ଦିନରେ କିଏ ବାଜିମାତ କରିବ ତାହା ଆକଳନ କରାଯାଇଛି । ୫ ବର୍ଷ ପାଇଁ କିଏ ଦିଲ୍ଲୀ ଗାଦି ଅକ୍ତିଆର କରିବ ଆଉ କ୍ଷମତାରୁ କିଏ ଦୂରେଇ ରହିବ ତାହାର ସଙ୍କେତ ମିଳିଛି ।

ଗୁଜରାଟରେ ଦମ ଦେଖାଇଲେ ମୋଦି । ମୋଦିଙ୍କ ଗଡରେ ବିଜେପି ସଫଳତା ଦୋହରାଇବ । ଆଜତକ୍ ଓ ଆକ୍ସିସ୍ ମାଇ ଇଣ୍ଡିଆ ଏକଜିଟ୍ ପୋଲ ଅନୁସାରେ ଗୁଜୁରାଟରେ ବିଜେପିକୁ ୨୫ରୁ ୨୬ ସିଟ୍ ମିଳିବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ନିର୍ବାଚନରେ କଂଗ୍ରେସକୁ କିନ୍ତୁ ମାତ୍ର ଗୋଟିଏ ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ୨୦୧୪ ନିର୍ବାଚନରେ ଆଜତକ ଏକଜିଟ୍ ପୋଲ ଆକଳନ ଅନୁସାରେ ବିଜେପି ସପକ୍ଷରେ ୧୯ ସିଟ ଅନୁମାନ କରଯାଇଥିଲା । ହେଲେ ବିଜେପି  ସମସ୍ତ ୨୬ଟି ସିଟ୍ ଜିତି ନିଜ ବିଜୟ ବାନା ଉଡ଼ାଇଥିଲା ।

ସୂଚନାଯୋଗ୍ୟ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ ।  ଅଳ୍ପେଶ ଠାକୁର ଓ ଜିଗ୍ନେଶ ମେୱାନୀଙ୍କ ସହାୟତା କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା । ସଫଳତା ଦୋହରାଇବା ଲକ୍ଷ୍ୟରେ ଥିଲା କଂଗ୍ରେସ  । ହେଲେ ଏକଜିଟ୍ ପୋଲ୍ ସର୍ଭେ ଅନୁସାରେ କଂଗ୍ରେସ ମୋଦିଙ୍କ ଗୃହରାଜ୍ୟରେ ଆଶାତୀତ ସଫଳତା ହାସଲ କରିପାରିବ ନାହିଁ ।