ଅହମ୍ମଦାବାଦରେ ମୋଦି ଓ ରାହୁଲଙ୍କ ରୋଡ ସୋ’କୁ ନାଁ ! ରାଲି କରିବାକୁ ଅନୁମତି ଦେଲାନି ପୁଲିସ୍

32

କନକ ବ୍ୟୁରୋ: ଗୁଜରାଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ବ୍ୟୁରୋକୁ ଏ ନେଇ ସୁରାକ ମିଳିଥିବା ଜଣାଯାଇଛି । ଏହାପରେ ପୋଲିସ ସତର୍କ ହୋଇଛି । ଅହମ୍ମଦାବାଦରେ ଆଜି ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କ ରୋଡ ସୋ’କୁ ଅନୁମତି ଦେଇନାହିଁ ପ୍ରଶାସନ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦ ପୋଲିସ ଏହି ନିଷ୍ପତି ନେଇଛି ।

ସୂଚନା ମୁତାବକ, ମୋଦି ଓ ରାହୁଲ ଗାନ୍ଧି ଆଜି ପ୍ରାୟ ଗୋଟି ରୁଟରେ ରୋଡ ସୋ କରିବାର କାର୍ଯ୍ୟକ୍ରମ ଥିଲା । ତେଣୁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଏହି ନିଷ୍ପତି ନେଇଛି । ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ୫୨ କିଲୋମିଟର ରୋଡ ସୋ’କୁ ବି ଅନୁମତି ମିଳିନାହିଁ । ହାର୍ଦ୍ଦିକ କେବଳ ବିଭିନ୍ନ ସ୍ଥାନରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିପାରିବେ । ଗୁରୁବାର ଦିନ ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ଏଥିପାଇଁ ପ୍ରଚାର ଜୋରଦାର ହୋଇଛି । କାଲି ହେଉଛି ପ୍ରଚାରର ଶେଷ ଦିନ ।