ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ବାଜିମାତ୍ ! ମୋଦି ମନ୍ତ୍ରରେ ମନ୍ତ୍ରମୁଗ୍ଧ ଜନତା ! ଜାଣନ୍ତୁ କେଉଁ ୫ଟି ବଡ ବିଷୟ ଆହ୍ୱାନ ଥିଲା ବିଜେପି ପାଇଁ

50

ଖୁବ୍ ଉତ୍ସାହ ଓ ଧମାକା ଦେଖିବାକୁ ମିଳିଛି ବିଧାନସଭା ନିର୍ବାଚନରେ । କଂଗ୍ରେସ ଓ ବିଜେପି ପରସ୍ପର ମଧ୍ୟରେ ଗୁଜୁରାଟ ଗଡ଼ ଜିତିବାକୁ ପ୍ରାଣପଣେ ଉଦ୍ୟମ କରିଥିଲେ । ଇଲେକ୍ସନ ପ୍ରଚାରରେ ମୋଦି ମ୍ୟାଜିକ ସହ ବିଭିନ୍ନ ବିଷୟକୁ ନେଇ ରାହୁଲଙ୍କର ଅଭିଯୋଗ ଦେଖିବାକୁ ମିଳିଥିଲା । ସମୁଦାୟରେ ଖୁବ୍ ରୋମାଂଚକର ଥିଲା ଏହି ନିର୍ବାଚନ । ଶେଷରେ ବିଜେପି ଗୁଜୁରାଟକୁ ହାତେଇବାର ସୁନିଶ୍ଚିତ ହୋଇଯାଇଛି । ପୂର୍ବରୁ ଏକଜିଟ୍ ପୋଲର ଆକଳନ ଯାହା ଥିଲା ତାହା ସତ ହୋଇଛି । ଲଗାତାର ୬ଷ୍ଠ ଥର ପାଇଁ ବିଜେପି ଗୁଜୁରାଟରେ ସରକାର ଗଠନ କରିବାକୁ ଯାଉଛି । ଆଜି ଭୋଟ ଗଣତି ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ।

ଯେଉଁସବୁ ଇସ୍ୟୁ ଓ ଫ୍ୟାକ୍ଟରକୁ ନେଇ ଖୁବ୍ ଚର୍ଚ୍ଚା ଥିଲା । ତାହା ସବୁ ଫସରଫାଟିଯାଇଛି । ମୋଦିଙ୍କ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଓ ରାଜନୈତିକ ପ୍ରସଙ୍ଗ ପ୍ରତି ଜନତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଜିଏସଟି –ନୋଟବନ୍ଦୀ ଏବଂ ପଟେଲ୍ ଫ୍ୟାକ୍ଟରକୁ ନେଇ ଆଦିବସୀ-ଦଳିତ ମାନେ ନା ବିଜେପିର କୌଣସି ବଡ କ୍ଷତି ପହଁଚାଇଲେ ନା କଂଗ୍ରେସକୁ କୌଣସି ଫାଇଦା ମିଳିଲା । ବିଜେପି ନିଜର ଗଡ ବଂଚାଇବା ପାଇଁ ସଫଳ ହେଲା । ଆପଣଙ୍କୁ କହୁଛୁ ଗୁଜୁରାଟ୍ ବିଧାନସଭା ନିର୍ବାଚନର ୫ଟି ବଡ କଥା ଯାହା ମୋଦିଙ୍କୁ ଗୁଜୁରାଟ ଗଡ ହାତେଇବାରେ ରୋକିପାରିନି –

୧ -କାମ କଲା ନାହିଁ ହାର୍ଦ୍ଦିକଙ୍କ ଫ୍ୟାକ୍ଟର –
ନିର୍ବାଚନରେ ସବୁଠୁ ଅଧିକ ଚର୍ଚ୍ଚା ହାର୍ଦ୍ଦିକଙ୍କ ବିଷୟ ଥିଲା । ହାର୍ଦ୍ଦିକ ପଟେଲଙ୍କ ତତ୍ତ୍ୱାବଧାନରେ ହୋଇଥିବା ପଟିଦାର ଆନ୍ଦୋଳନରୁ ଜଣାପଡୁଥିଲା କି ବିଜେପିର ବଡ କ୍ଷତି ହୋଇପାରେ । ଯେଉଁଭଳି ଭାବେ ହାର୍ଦ୍ଦିକ ବିଜେପିର ବିରୋଧ ଏବଂ କଂଗ୍ରେସର ସମର୍ଥନ କରିବାକୁ ନେଇ ଆଗେଇଆସିଲେ , ଏହାକୁ ଦେଖି ବିଜେପିକୁ ଭୟ ଆସିଯାଇଥିଲା । କିନ୍ତୁ ଟ୍ରେଣ୍ଡରୁ ଏହା ସ୍ପଷ୍ଟ ହୋଇଗଲା ଯେ ସୌରାଷ୍ଟ୍ର-କଚ୍ଛ ଅଂଚଳ ବ୍ୟତୀତ ରାଜ୍ୟର ଅନ୍ୟ ଅଂଚଳରେ ଥିବା ପଟେଲ ସଂପ୍ରଦାୟ ବିଜେପିକୁ ସମର୍ଥନ କରିଥିଲେ ।

୨- ଜିଏସଟି ମଧ୍ୟ କୌଣସି କାରଣ ହେଲାନାହିଁ –
ରାଜ୍ୟର ସବୁଠୁ ବଡ ସହର ଓ ବ୍ୟବସାୟ କେନ୍ଦ୍ର ସୁରତରେ ବିଜେପିର ଭଲ ପ୍ରଦର୍ଶନ ଦେଖିବାକୁ ମିଳିଲା । ଆଉ ଏଥିରୁ ଜଣାପଡିଲା କି ଏହି ଜିଏସଟି ଇସ୍ୟୁ କୌଣସି ପ୍ରତିବନ୍ଧକ ହୋଇନି ନିର୍ବାଚନରେ ବିଜେପିକୁ ସଫଳ ହେବାରେ । କଂଗ୍ରେସ ଏହି ଜିଏସଟି ଇସ୍ୟକୁ ବଡ ବିଷୟ କରିବାକୁ ଚେଷ୍ଟା କରିଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଜିଏସଟି କୁ ‘ଗବର ସିଂହ ଟ୍ୟାକ୍ସ’ ଭାବେ ମଧ୍ୟ କହିଥିଲେ । କିନ୍ତୁ ବ୍ୟବସାୟୀମାନେ ନାରାଜ ହେବା ସତ୍ୱେବି ବିଜେପିର ହାତ ଛାଡିନଥିଲେ । ସୁରତ ସହରର ୧୨ଟି ସିଟରୁ ୧୧ ଟିରେ ବିଜେପି ଜିତିଛି । ଏଠାରେ କେବଳ ମାଣ୍ଡଭି ସିଟରେ କଂଗ୍ରେସ ଆଗରେ ଅଛି । ଖାସ୍ କଥା ଏହି ଯେ ପଟେଲ ସଂପ୍ରଦାୟର ଗଡ କୁହାଯାଉଥିବା ବାରଚ୍ଛା ରୋଡ ସିଟରେ ବିଜେପି ମଧ୍ୟ ବହୁମତ ହାସଲ କରିଛି ।

୩ -ସହରାଂଚଳରେ ବିଜେପିର ସ୍ଥିତି ମଜବୁତ୍ –
ନିର୍ବାଚନ ପୂର୍ବରୁ ଏହା କୁହାଯାଉଥିଲା କି ସହରରେ ବିଜେପିର ସ୍ଥିତି ମଜବୁତ୍ ରହିବ । ସହରାଂଚଳରେ ବିଜେପିକୁ ବହୁତ ସମର୍ଥନ ହାସଲ ହୋଇଛି । ରାଜଧାନୀ ଅହମଦାବାଦ ସହ ସୁରତ , ବଦୋଦରା , ରାଜକୋଟ୍ ଭଳି ସବୁ ସହରାଂଚଳରେ ଦଳ ଭଲ ପ୍ରଦର୍ଶନ କରିଛି । ସହରରେ ବିଜେପି ତ ଛାଇ ଯାଇଛି । ଏହାସହ ଗ୍ରାମୀଣ ଅଂଚଳରେ ଦଳ ଭଲ ପ୍ରଦର୍ଶନ କରିପାରିଛି ।

୪ – ଆଦିବାସୀ ଅଂଚଳରେ ମଧ୍ୟ ବିଜେପି ଆଗରେ –
ପଟିଦାରଙ୍କ ଅସହମତିର ଆଶଙ୍କା ମଧ୍ୟରେ ବିଜେପି ବାକୁ ସମୁଦାୟ ସହ ଯୋଡି ରହିବାରେ ଯୋର ଦେଇଥିଲା । ଏହି କାରଣରୁ କଂଗ୍ରେସର  ସମର୍ଥକ କୁହାଯାଉଥିବା ରାଜ୍ୟର ଆଦିବାସୀ ଇଲାକାରେ ମଧ୍ୟ ବିଜେପିର ପ୍ରଦର୍ଶନ ଭଲ ରହିଲା । ରାଜ୍ୟର ଦକ୍ଷିଣ ଅଂଚଳରେ ଆଦିବାସୀମାନଙ୍କର ଖୁବ୍ ପ୍ରଭାବ । ଏଠାରେ ବିଜେପି ଏଠାରେ ସମୁଦାୟ ୩୩ ସିଟରୁ ୨୨ ସିଟରେ ଆଗରେ ରହିଛି ।

୫ – ସୌରାଷ୍ଟ୍ର-କଚ୍ଛରେ କଂଗ୍ରେସର ପ୍ରଭାବ –
ଏଗଜିଟ୍ ପୋଲରୁ ସଂକେତ ମିଳିଥିଲା କି ସୌରାଷ୍ଟ୍ର-କଚ୍ଛ ଅଂଚଳରେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରେ । ଅନୁମାନ ଅନୁସାରେ , କଂଗ୍ରେସ ଏହି ଅଂଚଳରେ ୫୪ ରୁ ୩୦ ସିଟରେ ଲିଡ୍ କରୁଛି । ଉତ୍ତର ଗୁଜୁରାଟରେ ମଧ୍ୟ କଂଗ୍ରେସ ବିଜେପିକୁ ଟକ୍କର ଦେଇଛି । ଏଠାରେ କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ ବିଜେପି ଆଗରେ ଥିବାର ଦେଖାଯାଏ । ଏବେ ମଧ୍ୟ କଂଗ୍ରେସ ଏଠାରେ ଲିଡ୍ ରେ ଅଛି ।