ଗୁଜରାଟରେ ବିଶ୍ୱର ବୟସ୍କା ଭୋଟର ଅଜିବେନ୍ ଚନ୍ଦ୍ରବଦିୟା ! ଚଳିତ ବିଧାନସଭା ନିର୍ବାଚନ ନେଇ ଅଛନ୍ତି ଉତ୍ସାହିତ

41

ଆସନ୍ତା ୯ ତାରିଖରେ ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୪ ତାରିଖରେ ହେବାକୁ ଯାଉଛି । ଗୁଜରାଟ ବିଧାନସଭା ନିବାର୍ଚନ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଆଜି ଶେଷଦିନ । ଆଜି ସନ୍ଧ୍ୟା ୫ଟା ପରେ ଆଉ ପ୍ରଚାର କରିପାରିବେନି ନେତା । ସୂଚନା ଅନୁସାରେ ଚଳିତ ଥର ଗୁଜରାଟ ନିର୍ବାଚନରେ ସବୁଠାରୁ ବୟସ୍କ ଭୋଟର ଦେବେ ଭୋଟ୍ । କେବଳ ସାରା ଦେଶର ନୁହେଁ ବରଂ ବିଶ୍ୱର ସବୁଠାରୁ ବୟସ୍କ ମହିଳା ଅଜିବେନ୍ ଚନ୍ଦ୍ରବଦିୟା ଚଳିତ ଥର ଭୋଟ ଦେବା ପାଇଁ ଉତ୍ସାହିତ ଅଛନ୍ତି । ତାଙ୍କର ବୟସ ଏବେ ୧୨୬ ବର୍ଷ । ଅଜିବେନ୍ ଗୁଜରାଟର ରାଜକୋଟ ସ୍ଥିତ ଉପଲେଟାର ବାସିନ୍ଦା । ୧ ଜାନୁଆରୀ ୨୦୦୭ରେ ତାଙ୍କ ଭୋଟ୍ ପରିଚୟ ପତ୍ର ଅନୁସାରେ ତାଙ୍କର ବୟସ ଥିଲା ୧୧୬ ବର୍ଷ କୁହାଯାଇଥିଲା । ଏହି ତଥ୍ୟ ଅନୁସାରେ ବତ୍ତର୍ମାନ ସମୟରେ ତାଙ୍କୁ ୧୨୬ ବର୍ଷ । ଅଜିବେନ୍ କେବଳ ଆମ ଦେଶ ଭାରତରେ ନୁହେଁ ପୁରା ବିଶ୍ୱରେ ସବୁଠାୁର ବୟସ୍କ ଭୋଟଦାତା କହିଛନ୍ତି ।

୧୨୬ ବର୍ଷ ହେବା ସତ୍ୱେ ସେ ଏବେ ବି ଚାଲି ଚାଲି ଭୋଟ୍ ଦେବା ପାଇ ଯାଆନ୍ତି । ଏବଂ ନିଜର ସମସ୍ତ କାମ ନିଜେ କରନ୍ତି । ଆଜି ପର୍ଯ୍ୟନ୍ତ ସେ ମେଡ଼ିକାଲ ମୁହଁ ଦେଖିନାହାନ୍ତିି ବୋଲି ତାଙ୍କ ପରିବାର ଲୋକ ପ୍ରକାଶ କରିଛନ୍ତି । ୪୦ ବର୍ଷ ପୂର୍ବରୁ ସ୍ୱାମୀଙ୍କ ହରାଇଛନ୍ତି ଅଜିବେନ । ଆଉ ବତ୍ତର୍ମାନ ସେ ପୁଅ-ଝିଅ, ନାତି-ନାତୁଣୀ ସମେତ ମୋଟ ୨୧ ସଦସ୍ୟଙ୍କ ସହ ଜୀବନ ବିତାଉଛନ୍ତି । ପୂର୍ବଥର ବିଧାନସଭା ନିର୍ବାଚନରେ ମଧ୍ୟ ଅଜିବେନ ଭୋଟ ଦେବା ପାଇଁ ଯାଇଥିଲେ । ଆଉ ଚଳିତ ବର୍ଷ ନିର୍ବାଚନ ପାଇଁ ସେ ବେଶ୍ ଉତ୍ସାହିତ ଅଛନ୍ତି । ବୟସ ବୃଦ୍ଧି ହେତୁ ଚଳିତ ବର୍ଷ ପରିବାର ଲୋକେ ତାଙ୍କୁ ଭୋଟ୍ ଦେବା ପାଇଁ ନେଇକି ଯିବେ ।

ସ୍ୱାଧୀନତା ପୂର୍ବର ଅବସ୍ଥା ଓ ପରର ଅବସ୍ଥାର ଅନୁଭବ ସେ ଜାଣନ୍ତି । ତେଣୁ ସ୍ୱାଧୀନତାର ଗୁରୁତ୍ୱ ବେଶ୍ ଭଲଭାବେ ହୃଦୟଙ୍ଗମ କରନ୍ତି ବୋଲି କହିଛନ୍ତି ଅଜିବେନ୍ । ସେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଦୁଇଟି ପର୍ଯ୍ୟାୟରେ ହେବ ଗୁଜରାଟ ନିର୍ବାଚନା । ୯ ରେ ପ୍ରଥମ ପର୍ଯ୍ୟାୟ ଓ ୧୪ ଡିସେମ୍ବରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ନିର୍ବାଚନ ମଣ୍ଡଳୀରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଟି ନିର୍ବାଚନ ମଣ୍ଡଳୀରେ ହେବ ଭୋଟ ଗ୍ରହଣ । ପ୍ରାୟ ୫୦,୧୨୮ ପୋଲିଂ ବୁଥରେ ପାଖାପାଖିି ୪.୩୦ ଭୋଟର ଦେବେ ଭୋଟ୍ ।