କାର୍ଡରେ ଟଙ୍କା ପଇଠ କରୁଛନ୍ତି କି ! ସାବଧାନ, ହୋଇପାରନ୍ତି ଠକାମିର ଶିକାର

68

ବିିମୁଦ୍ରାକରଣ ପରେ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡର ବ୍ୟବହାର ବହୁଳ ଭାବରେ ହେବାରେ ଲାଗିଛି । ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି କିରାନା ଦୋକାନ ପର୍ଯ୍ୟନ୍ତ ସବୁଠାରେ ପିଓଏସ ମେସିନ ଉପଲବ୍ଧ ଅଛି । ଯାହାଦ୍ୱାରା ଆମେ ଖୁବ ସହଜରେ କାର୍ଡ ସ୍ୱାପିଙ୍ଗ ଜରିଆରେ ପଇସା ପଇଠ କରିପାରୁଛନ୍ତି ।

ଏହି ମେସିନ ବ୍ୟବହାର ସମୟରେ ଗ୍ରାହକମାନେ ସାବଧାନ ରହିବା ନିହାତୀ ଜରୁରୀ କାରଣ ଏପରି ବି ହୋଇପାରେ କାର୍ଡ ସ୍ୱାଇପ କରିବା ସମୟରେ ଆପଣଙ୍କ କାର୍ଡ ସମ୍ମନ୍ଧୀୟ ସବୁ ଗୁପ୍ତତଥ୍ୟ ଚୋରି ହେଇିଯାଇପାରେ । ଏବେ ପିଓଏସ ଯନ୍ତ୍ର ଯୋଗୁଁ ବହୁତ ଲୋକ ଠକାମିର ଶିକାର ହେବା କଥା ସାମ୍ନାକୁ ଆସୁଛି । ଏମିତିିରେ ଜାଣିବା ଜରୁରୀ କି ପିଓଏସ ଯନ୍ତ୍ର ସାହାଯ୍ୟ ଟଙ୍କା ପଇଠ ସମୟରେ କିପରି ସାବଧାନ ରହିବେ ।

ଜାଣନ୍ତୁ କିଛି ଗରୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପର୍କରେ—

ee– ନିକଟରେ କ୍ରେଡିଟ କାର୍ଡ ଟର୍ମିନାଲ ତିଆରି କରୁଥିବା କମ୍ପାନୀ ଇନଜେନିକୋ ଏକ ଗାଇଡଲାଇନ ଜାରି କରିଛି । ଏଠାରେ କୁହାଯାଇଛି ଯଦି ଟର୍ମିନାଲ ଆକାରରେ ସାମନ୍ୟ ଠାରୁ ଟିକିଏ ମଧ୍ୟ ବଡ ନଜର ଆସୁଛି ତେବେ ଜାଣନ୍ତୁ କିଛି ଗଡବଡ ଅଛି ।

– ସାମାନ୍ୟ ଟର୍ମିନାଲରେ କାର୍ଡର କିଛି ଅଂଶ ହି ବାହାରକୁ ଦେଖାଯାଏ , ଯଦି କୌଣସି କାର୍ଡ ପୁରା ଭିତରକୁ ଚାଲିଯାଉଛି, ତେବେ ଜାଣନ୍ତୁ ଏହା ପଛରେ କିଛି ନା କିଛି ଷଡଯନ୍ତ୍ର ଲୁଚି ରହିଛି ।

– କାର୍ଡ ସ୍ୱାଇପ ସମୟରେ ଯଦି ଟର୍ମନାଲର ବଟନ ହାଇଲାଇଟ ହେଉନି ତେବେ ମଧ୍ୟ ସାବଧାନ ରହିବା ଜରୁରୀ ।
– ଏହିପରି ଭାବେ ପିଓଏସ ଯନ୍ତ୍ରରେ ଟଙ୍କା ପଇଠ ସମୟରେ ସାବଧାନ ରୁହନ୍ତୁ । ଏହାସହ ଦେଖନ୍ତୁ ସେଲ୍ସପର୍ସନ ଆପଣଙ୍କ ଠାରୁ କାର୍ଡ ଦୂରକୁ ନେଉନାହିଁ ତ ହୋଇପାରେ ଆପଣଙ୍କ ନଜରରୁ ଦୂରେଇ ସେ କାର୍ଡର ସବୁ ତଥ୍ୟ ଚୋରି କରିପାରେ ।

– ପିଓଏସ ମେସିନ ଠାରୁ ବାହାରୁଥିବା କଳା ରସିଦ ଉପରେ କେବେ ବି ଦସ୍ତଖତ କରନ୍ତୁ ନାହିଁ । ତଥାପ ଯଦି କୌଣସି ତଥ୍ୟ ଚୋରୀ ହେବାର ଆଶଙ୍କା ରହୁଛି, ତୁରନ୍ତ ନିଜ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ ।