କେଶ ପାଚିବାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ପିଜୁଳି ପତ୍ର . . . .

335

ବର୍ତ୍ତମାନ ସମୟରେ କମ ବୟସରେ କେଶ ପାଚିବା ଏବଂ କେଶ ଝଡିବା ଏକ ବଡ ସମସ୍ୟା ପାଲଟିଛି । ଲୋକ ପ୍ରାକୃତିକ ଉପାୟ ଛାଡି ଏବେ ରାସାୟନିକ ପଦାର୍ଥରେ ତିଆରି ସାମଗ୍ରୀରେ କେଶକୁ କଳା କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏମିତି ଏକ ପତ୍ର ଅଛି ଯାହାକୁ ବ୍ୟବହାର କରି ଆପଣ କେଶ ପାଚିବା ଏବଂ କେଶ ଝଡିବା ଭଳି ସମସ୍ୟାରୁ ମୁକ୍ତି ପାଇପାରିବେ । ଶୀତ ଦିନେ ରୁପି ମଧ୍ୟ ଏକ ସାଧାରଣ ସମସ୍ୟା । ଅଧିକ ଦାମର ଶାମ୍ପୁ ବ୍ୟବହାର କଲେ ମଧ୍ୟ ଏହି ସମସ୍ୟା ଦୂର ହୁଏ ନାହିଁ । କିନ୍ତୁ କିଛି ଘରୋଇ ଉପଚାର କରି ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ପିଜୁଳି କାହାକୁ ବା ପସନ୍ଦ ନୁହେଁ । ମାତ୍ର ଆପଣ ଜାଣନ୍ତି କି ପିଜୁଳି ପତ୍ର ମଧ୍ୟ ଆମ ପାଇଁ ବହୁତ ଉପଯୋଗୀ । ପିଜୁଳି ପତ୍ରର ଗୁଣ୍ଡରେ ହେୟାର ପ୍ୟାକ୍ ପ୍ରସ୍ତୁତ କରି କେଶରେ ଲଗାଇବା ଦ୍ୱାରା ରୁପି, କେଶ ଝଡିବା ଓ କେଶ ପାଚିବା ଭଳି ସମସ୍ୟାକୁ ଦୂରେଇ ଦିଆଯାଇପାରିବ ।

Guava-Leavesରୁପି ସମସ୍ୟା ଦୂର ପାଇଁ – ପିଜୁଳି ପତ୍ର ସହ ଲେମ୍ବୁ ରସକୁ ମିଶାଇ ଲଗାଇବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ । ଏଥିପାଇଁ ୧୫ ରୁ ୨୦ ଟି ପିଜୁଳି ପତ୍ରକୁ ବାଟି ପାଉଡର କରନ୍ତୁ । ଏହି ପାଉଡରରେ ୨ ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ୨୦ ମିନିଟ ପର୍ଯ୍ୟନ୍ତ ମୁଣ୍ଡରେ ଲଗାଇ ଛାଡି ଦିଅନ୍ତୁ । ଏହା କରିବା ଦ୍ୱାରା ରୁପି ସମସ୍ୟା ଦୂର ହୋଇପାରିବ ।

ଗ୍ରେ ହେୟାର – ପିଜୁଳି ପତ୍ରକୁ ଭୁସଙ୍ଗା ପତ୍ର ସହିତ ଏକାଠି ଏକ ଫୁଟାଇ ପାଣି ଛାଣି ନିଅନ୍ତୁ । ଏହି ମିଶ୍ରଣକୁ କେଶରେ ଲଗେଇବା ଦ୍ୱାରା କେଶ ପାଚିବା ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିପାଇଁ ୪-୫ ପିଜୁଳି ପତ୍ର ସହିତ ଏକ ମୁଠା ଭୁସଙ୍ଗା ପତ୍ରକୁ ମିଶାଇ ଫୁଟାଇ ଦିଅନ୍ତୁ । ୧୫ ମିନିଟ ପାଇଁ ପାଣିକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏହି ପାଣିରେ ମୁଣ୍ଡ ଧୋଇ ୫ ମିନିଟ ପରେ ଭଲ ଶାମ୍ପୁରେ ଆଉ ଥରେ ମୁଣ୍ଡ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଏକ ସପ୍ତାହରେ ଧଳା କେଶ କଳା ହୋଇଯିବ ।

କେଶ ଝଡିବା ସମସ୍ୟା – କେଶ ଝଡ଼ା ରୋକିବା ପାଇଁ ପିଜୁଳି ପତ୍ର ସହିତ ଅଂଳା ତେଲର ଉପେଯାଗ କରନ୍ତୁ । ଏଥିପାଇଁ ପ୍ରଥମେ ଏକ ଚାମଚ ପିଜୁଳି ପତ୍ରର ପାଉଡରରେ ଦୁଇ ଚାମଚ ଅଂଳା ତେଲକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ହାଲୁକା ଭାବେ କେଶରେ ମସାଜ କରି ୩୦ ମିନିଟ ପାଇଁ ଛାଡି ଦିଅନ୍ତୁ । ଏହାପରେ କେଶକୁ ଶାମ୍ପ କରି ଧୋଇ ଦିଅନ୍ତୁ ଏବଂ କଣ୍ଡିସନର ଲଗାଇ ଦିଅନ୍ତୁ ।