ପିଜୁଳି ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ! ଭଲ କରିଥାଏ ଏହି ୫ଟି ଶାରୀରିକ ସମସ୍ୟା, ଜାଣନ୍ତୁ କିପରି କରିବେ ବ୍ୟବହାର ।

74

ରୋଗର ନିରାକରଣ ପାଇଁ ଆମେ ବିଭିନ୍ନ ଆଡ଼େ ବୁଲିଥାନ୍ତି । ଭିନ୍ନ ଭିନ୍ନ ଔଷଧ ସହ ଡାକ୍ତର ବି ବଦଳାଇ ଥାଆନ୍ତି । ମାତ୍ର କେବେ ଭାବିଛନ୍ତି, ଅନେକ ରୋଗର ନିରାକରଣ ଆମ ହାତ ପାହାନ୍ତାରେ ଅଛି ? ଆଗ ଚାରି ପଟେ ଥିବା ଏମିତି ଅନେକ ସାଧାରଣ ଗଛରେ ରହିଛି ବିରାଟ ବିରାଟ ରୋଗର ନିରାକରଣ । ସେପରି ଏକ ଗଛ ହେଉଛି ପିଜୁଳୀ। ପିଜୁଳୀ ଖାଇବା ଦ୍ୱାରା ତ ଶରୀରକୁ ଅନେକ ଲାଭ ମିଳିଥାଏ ଏଥିରେ ସନ୍ଦେହ ନାହିଁ, ଏହା ବ୍ୟତୀତ ପିଜୁଳୀ ପତ୍ରରେ ବି ଭରି ରହିଛି ରୋଗନାଶକ ଶକ୍ତି । ପିଜୁଳୀ ପତ୍ର ଖାଇବା ଦ୍ୱାରା ଆମେ ଅତି ସହଜରେ ଅନେକ ରୋଗକୁ ଦୂରେଇ ଦେଇ ପାରିବା ।

ପିଜୁଳୀ ପତ୍ର ସେବନ ଦ୍ୱାରା ଆମେ ଓଜନ ବୃଦ୍ଧିକୁ ଆୟତ୍ତରେ ରଖିପାରିବା । ଏଥିରେ କାବ୍ରୋହାଇଡେଟ୍ ଜାତୀୟ ଖାଦ୍ୟ ଦ୍ୱାରା ବଢ଼ୁଥିବା ଚର୍ବିକୁ କାଟିବାର ଗୁଣ ରହିଛି । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଅବ୍ୟର୍ଥ ଔଷଧ । ଗବେଷକମାନେ ଜାଣିବାକେୁ ପାଇଛନ୍ତି ଯେ ପିଜୁଳୀ ପତ୍ରରେ ରକ୍ତରେ ବଢ଼ୁଥିବା ଶର୍କରା ଭାଗକୁ କମ୍ କରିବାର ଶକ୍ତି ରହିଛି ।

ପିଜୁଳୀ ପତ୍ର ଖାଇବା ଦ୍ୱାରା କୋଲେଷ୍ଟ୍ରେଲ୍ ସ୍ତର ମଧ୍ୟ କମ୍ ହେବ । ଗବେଷକମାନଙ୍କ କହିବା କଥା ହେଲା ଲଗାତର ୩ ମାସେ ପର୍ୟ୍ୟନ୍ତ ପିଜୁଳୀ ପତ୍ରର ରସ ପିଇଲେ ଶରୀରୁ ସମସ୍ତ ଖରାପ କୋଲେଷ୍ଟ୍ରଲ୍ କମ୍ ହୋଇଯିବ । ଡାଇରିଆ ହେଉଥିଲେ ପିଜୁଳୀ ପତ୍ର ବଟା ପିଇବା ଦ୍ୱାରା ଏହାକୁ ଆୟତ୍ତରେ ରଖାଯାଇ ପାରେ । ଯଦି ଆପଣଙ୍କର ଡାଇରିଆ ହେଉଛି ତେବେ ପେଜରେ ପିଜୁଳୀ ପତ୍ର ପକାଇ ଗରମ କରି ଦିନକୁ ୨ ରୁ ୩ ଥର ପିଇଲେ ଭଲ ହୋଇଥାଏ । ଉତ୍ତମ ହଜମ ପ୍ରକ୍ରିୟା ପାଇଁ ପିଜୁଳୀ ପତ୍ର ଅତ୍ୟନ୍ତ ଭଲ । ପିଜୁଳି ପତ୍ରରେ ଥିବା ଆଣ୍ଟି ବାକ୍ଟେରିଆ ଏଜେଣ୍ଟ୍ ଶରୀରୁ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାନ୍ତି ।