ପିଜୁଳି ଚାଷ କରି ହେଲେ ଲକ୍ଷପତି ! ପରମ୍ପରାଗତ ଚାଷ ଛାଡ଼ି କିଛି ଭିନ୍ନ କରି ସଫଳ ହେଲେ ରାଜସ୍ଥାନର ଯୁବଚାଷୀ ସୋଭାଗମଲ

98

ଆଜିକା ସମୟରେ ସବୁଠାରୁ ବଡ଼ ସମସ୍ୟା ହେଲା ଚାକରି । ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପିଲାମାନେ ବେକାର ବୁଲୁଛନ୍ତି । ପାଠ ପଢ଼ିବା ପରେ ସମସ୍ତେ ଚାକରି କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ଆମ ଦେଶ ଭାରତରେ ଚାକରି ସମସ୍ୟା ଅନେକ । ତେଣୁ ଚାକରିକୁ ଅପେକ୍ଷା ନକରି ନିଜର କିଛି ବ୍ୟବସାୟ କିମ୍ବା ଚାଷ କରି ଅଧିକ ରୋଜଗାର କରିପାରିବେ ଯୁବପିଢ଼ୀ । ଚାକିରି ପାଇଁ ଅପେକ୍ଷା କରି କରି ନିଜର ଜୀବନ ନଷ୍ଟ କରିବା ଅପେକ୍ଷା ଅନେକ ଉପାୟ ଅଛି, ଯଦ୍ୱାରା ଭଲ ରୋଜଗାର ହୋଇପାରିବ । ଏବେ ବଜାରରେ ଫଳ ଓ ପନିପରିବା ଦର ଆକାଶଛୁଆଁ । ଯଦି କେହି ଚାକିରି ସମସ୍ୟା ଭୋଗୁଛନ୍ତି, ତେବେ ଚାଷ କରି ସେମାନେ ଲାଭବାନ ହୋଇପାରିବେ । ଏପରି କିଛି କରି ଉଦାହରଣ ସୃଷ୍ଟି କରିଛନ୍ତି ,ରାଜସ୍ଥାନ ନୈନବାରର ଯୁବଚାଷୀ ସୋଭାଗମଲ୍ ମୀଣା । ଯୁବ ଚାଷୀ ସୋଭାଗମଲ ବିଏ, ବିଇଡ଼୍ କରିବା ସତ୍ୱେ ସରକାରୀ ଚାକରି ପାଇଁ ଅପେକ୍ଷା କରିନଥିଲେ । ଚାକରି ପରିବର୍ତ୍ତେ ଚାଷକୁ ହିଁ ନିଜର ରୋଜଗାରର ପନ୍ଥା ବନାଇନେଲେ ।

 

 

ରାଜସ୍ଥାନର ଯୁବ ଚାଷୀ ସୋଭାଗମଲ୍ ଉଚ୍ଚ ଶିକ୍ଷିତ ହେବା ସତ୍ୱେ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କଲେ । ଉଚ୍ଚ ଶିକ୍ଷିତ ହୋଇଥିବା ଯୋଗୁଁ ସେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ ଥିଲେ । ଏହାର ଲାଭ ଉଠାଇ ସେ ସରକାରୀ ସାହାଯ୍ୟ ନେଇ ବଗିଚା କରିଥିଲେ । କିଛି ଟଙ୍କା ନିଜେ ମଧ୍ୟ ବିନିଯୋଗ କରିଥିଲେ । ସୋଭାଗମଲ ପରମ୍ପରାଗତ ଚାଷ ଛାଡ଼ି ତାଙ୍କ ଜମିରେ ପିଜୁଳି ଗଛ ଲଗାଇଥିଲେ । ଆଉ ଚାରି ବର୍ଷ ବଗିଚାରେ କଠିନ ପରିଶ୍ରମ କରିଥିଲେ । ଏବେ ତାଙ୍କୁ ମିଳିଛି ତାଙ୍କର ପରିଶ୍ରମର ଫଳ । ଚଳିତ ବର୍ଷ ପର୍ଯ୍ୟନ୍ତ ପିଜୁଳି ବଗିଚାରୁ ସେ ୫.୫୦ ଲକ୍ଷ ଟଙ୍କା ଆୟ କରିସାରିଛନ୍ତି । ସୋଭାଗମଲଙ୍କ ସଫଳତାରେ ତାଙ୍କ ପତ୍ନିଙ୍କର ମଧ୍ୟ ସମାନ ଭାଗ ଅଛି । ସେ କହିଛନ୍ତି ତାଙ୍କର ଜଣେ ସହପାଠୀ ଉଦ୍ୟାନ ବିଭାଗରେ କାମ କରନ୍ତି । ଯିଏ ତାଙ୍କୁ ସରକାରୀ ସହାୟତା ବିଷୟରେ ଜଣାଇଥିଲେ । ସେଭାଗମଲ ଉକ୍ତ ଯୋଜନା ଲାଭ ଉଠାଇ ବଗିଚା ଆରମ୍ଭ କରିଥିଲେ । ୨୦୧୫ରେ ସେ ପ୍ରାୟ ୬୦ ହଜାର ଟଙ୍କା ଓ ୨୦୧୬ରେ ୨ ଲକ୍ଷ ଟଙ୍କା ଆୟ କରିଥିଲେ । ବର୍ତ୍ତମାନ ପିଜୁଳି ବଗିଚାରୁ ଆୟ ଲଗାତାର ଭାବେ ବଢ଼ୁଛି । ୨୦୨୦ ପର୍ଯ୍ୟନ୍ତ ୧୫-୧୬ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ସେ ଅନୁମାନ ଲଗାଯାଉଛି ।

ତେବେ ଖାଲି ଖାଲିରେ ସୋଭାଗଙ୍କୁ ମିଳିନି ସଫଳତା । ଏଥିପାଇଁ ତାଙ୍କୁ ୪ ବର୍ଷ କଠିନ ପରିଶ୍ରମ କରିବା ପାଇଁ ପଡ଼ିଥିଲା । ପିଜୁଳି ବଗିଚା ତିଆରି କରିବା ସମୟରେ ତାଙ୍କୁ ଥରେ ମାତ୍ର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥିଲା । କିନ୍ତୁ କଡ଼ା ପରିଶମ୍ରର ସଫଳତା ତାଙ୍କୁ ଧୀରେ ଧୀରେ ମିଳିଛି । ସେ କହିଛନ୍ତି, ପରାମ୍ପରାଗତ ଚାଷ କିରବା ସହ ଚାଷୀମାନେ କିଛି ନୂଆ ପ୍ରୟାସ କରବା ଜରୁରୀ । ଯଦ୍ୱାରା କୃଷକ ଆତ୍ମହତ୍ୟା କରିବେ ନାହିଁ । ତାଙ୍କ ହିସାବରେ ଅନ୍ୟ ସାଧାରଣ ଫସଲ ପରି ଚାଷୀମାନେ ଲାଭବାନ ହେଉଥିବା କିଛି ଫସଲ କରିବା ଉଚିତ । ତାଙ୍କର ସଫଳତା ଦେଖି ଅନ୍ୟ ଲୋକେମାନେ ମଧ୍ୟ ଚାଷ କରିବା ପାଇଁ ମନ ବଳାଇଲେଣି । ଅନ୍ୟ ଚାଷୀଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ।