ବିଧାୟକ ନେବେ ଜିଏସଟି ପ୍ରଶିକ୍ଷଣ ! ବିଧାନସଭା ପରିସରରେ ହେବ ସ୍ୱତନ୍ତ୍ର କର୍ମଶାଳା

33

କନକ ବ୍ୟୁରୋ : ବିଧାୟକଙ୍କୁ ଜିଏସଟି ବା ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ ପ୍ରଶିକ୍ଷଣ । ୨ଦିନ ଧରି ବିଧାନସଭା ପରିସରରେ ଆୟୋଜିତ ହେବ ସ୍ୱତନ୍ତ୍ର ଜିଏସଟି କର୍ମଶାଳା । ଏହି କର୍ମଶାଳା ଦ୍ୱାରା ବିଧାୟକମାନେ ଜିଏସଟି ଉପରେ ଅଧିକ ସଚେତନ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ରୀୟ ଟିମ୍ ବିଧାୟକଙ୍କୁ ଜିଏସଟି ଉପରେ ପ୍ରଶିକ୍ଷଣ ଦେଉଛନ୍ତି । ଅର୍ଥ ବିଭାଗ ଓ ବିଧାନସଭା ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।